ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ୬ଷ୍ଠ ଦେଶ
ଲର୍ଡସ : ୨୦୧୯ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆେୟାଜକ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ରବିବାର ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। କ୍ରିକେଟ ବିଶ୍ବକପ୍ ଚମ୍ପିଆନ୍ ତାଲିକାରେ ନୂଆକରି ସାମିଲ ହୋଇଥିବା ଇଂଲଣ୍ଡ କ୍ରିକେଟ ବିଶ୍ବକପ୍ ଜିତିବାରେ ସଦ୍ୟତମ ବା ୬ଷ୍ଠ ଦେଶ। ପୂର୍ବରୁ ୧୧ଟି ସଂସ୍କରଣରେ ୫ଟି ଦେଶ ବିଶ୍ବ ଚମ୍ପିଆନ୍ ହୋଇଥିଲେ। ପୂର୍ବରୁ ଖେଳା ଯାଇଥିବା ୧୧ଟି ବିଶ୍ବକପ ମଧ୍ୟରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ସର୍ବାଧିକ ୫ଥର; ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଏବଂ ଭାରତ ୧୯୮୩ ଓ ୨୦୧୧ ଦୁଇଥର ଲେଖାଏଁ; ପାକିସ୍ତାନ ୧୯୯୨ରେ ଏବଂ ଶ୍ରୀଲଙ୍କା ୧୯୯୬ ଚମ୍ପିଆନ ହୋଇଛନ୍ତି। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ରେ ୩ଥର ଫାଇନାଲ ଖେଳିଥିଲେ ମଧ୍ୟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିନଥିଲା। ସେହିପରି ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।
Comments are closed.