www.samajalive.in
Friday, December 12, 2025
14.1 C
Bhubaneswar

ଜୁଲାଇ ୧୫ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ୮୦ଟି ଟ୍ରେନ ବାତିଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ରେଳ ଯାତ୍ରୀମାନେ କିଛି ଦିନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଜୁଲାଇ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେଳ ଷ୍ଟେସନ ନେଇ ଚାଲୁଥିବା ୮୦ଟି ଟ୍ରେନକୁ ବାତିଲ କରାଯାଇଛି । କେବଳ ସେତିକି ନୁହେଁ ୫୭ ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି । ନୂଆଦିଲ୍ଲୀରୁ ତିଳକ ରେଳ ଷ୍ଟେସନ ପର୍ଯ୍ୟନ୍ତ ୫ମ ଓ ୬ଷ୍ଠ ରେଳ ଲାଇନ୍ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀ କହିଛନ୍ତି ।

ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ରେଳ ଧାରଣା ନିର୍ମାଣ ହେବା ପରେ ନୂଆଦିଲ୍ଲୀରେ ରେଳ ଚଳାଚଳ ବ୍ୟବସ୍ଥା ଉନ୍ନତମାନର ହେବ । ବର୍ତ୍ତମାନ ନୂଆଦିଲ୍ଲୀରୁ ତିଳକ ସେତୁ ପର୍ଯ୍ୟନ୍ତ ୪ଟି ରେଳ ଧାରଣା ରହିଛି । ଟ୍ରେନ୍ ସଂଖ୍ୟା ହିସାବରେ ରେଳ ଧାରଣା ବହୁତ କମ୍ ରହିଛି । ପର୍ଯ୍ୟାପ୍ତ ରେଳ ଲାଇନ୍ ନଥିବା କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆଦିଲ୍ଲୀରେ ଟ୍ରେନ୍ ଚଳାଚଳ ହେବାରେ ସମସ୍ୟା ହେଉଛି ।

- Advertisement -

ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନୂଆ ରେଳ ଧାରଣା ନିର୍ମାଣ ହେବା ପରେ ଏହି ସମସ୍ୟା ଦୂର ହେବ । ଉତ୍ତର ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ୧୯୭୮ରେ ହୋଇଥିବା ତିଳକ ସେତୁ ଉପରେ ପ୍ରତିଦିନ ୮୦ ଟ୍ରେନ୍ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହାର ସଂଖ୍ୟା ବଢି ୩୫୦ରେ ପହଞ୍ଚିଛି । ୨.୬ କିମି ଦୀର୍ଘ ଏହି ଦୁଇ ରେଳ ଲାଇନ୍ ନିର୍ମାଣ​‌ରେ ପ୍ରାୟ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories