www.samajalive.in
Friday, December 12, 2025
14.1 C
Bhubaneswar

ସୋମବାର କୁମାରସ୍ୱାମୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ବିଜେପି ସୋମବାର କୁମାରସ୍ୱାମୀ ସରକାରଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଗତ କରିବ। ମୁଖ୍ୟମନ୍ତ୍ରୀ ଏଚ୍‍.ଡି. କୁମାରସ୍ୱାମୀ ଗୋଟିଏ ପଟେ ଆସ୍ଥାଭୋଟ୍‍ ଲୋଡ଼ିଥିବା ବେଳେ ଅନ୍ୟ ପଟେ ବିଜେପି ସୋମବାର ସରକାରଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣେ ଆସନ୍ତା ବୁଧବାର ଏହି ଆସ୍ଥାଭୋଟ୍‍ର ସମ୍ମୁଖୀନ ହେବାକୁ ସେ ବାଚସ୍ପତିଙ୍କୁ ସମୟ ମାଗିଛନ୍ତି।
ସୂଚନାଯୋଗ୍ୟ, ଜେଡିଏସ-କଂଗ୍ରେସ ଶାସକ ମେଣ୍ଟର କିଛି ବିଧାୟକଙ୍କ ବିଦ୍ରୋହ ଫଳରେ ଏଚ୍‍.ଡି. କୁମାରସ୍ୱାମୀ ସରକାର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଅପରପକ୍ଷରେ ୧୬ ଜଣ ବିଦ୍ରୋହୀ ବିଧାୟକମାନଙ୍କୁ ବୁଝାଶୁଝା କରି ନିଜ ପକ୍ଷକୁ ଆଣିବାପାଇଁ ଶାସକ ମେଣ୍ଟ ପକ୍ଷରୁ ଜୋର୍‍ଦାର ଉଦ୍ୟମ ଚାଲିଛି। ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଗୃହନିର୍ମାଣ ମନ୍ତ୍ରୀ ଏମ୍‍. ନାଗରାଜଙ୍କୁ ବୁଝାଶୁଝା କରିବାପାଇଁ ଶନିବାର ମେଣ୍ଟର ନେତାମାନେ ଉଦ୍ୟମ କରିଥିଲେ। ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ତାଙ୍କୁ ସମୟ ଦେବାକୁ ଶ୍ରୀ ନାଗରାଜ କହିଛନ୍ତି। ଅପରପକ୍ଷରେ ଶ୍ରୀ ନାଗରାଜ ଓ ଆଉ ୪ ଜଣ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟ ଯାଇ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ କରିବା ସହ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରୁ ନ ଥିବା ବିଷୟ ଦର୍ଶାଇଛନ୍ତି। ସେହିଭଳି ବିଧାୟକ ରାମଲିଙ୍ଗ ରେଡ୍ଡୀ, ମୁନିରତ୍ନମ୍‍, ରୋଶନ୍‍ ବେଗ୍‍ ଏବଂ ଡକ୍ଟର ସୁଧାକରଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିବାପାଇଁ ବୁଝାଶୁଝା କରାଯାଉଛି। ସେମାନଙ୍କ ମଧ୍ୟରୁ କେବଳ ରାମଲିଙ୍ଗ ରେଡ୍ଡୀ କହିଛନ୍ତି, ସୋମବାର ସେ ବିଧାନସଭା ବୈଠକରେ ଯୋଗ ଦେବେ ଏବଂ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ସମ୍ପର୍କରେ କଥାବାର୍ତ୍ତା କରିବେ। ଅପରପକ୍ଷରେ କଂଗ୍ରେସ-ଜେଡିଏସ୍‍ ମିଳିତ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରିଥିବା ୨ ସ୍ୱାଧୀନ ବିଧାୟକ ବାଚସ୍ପତିଙ୍କୁ ପତ୍ର ଲେଖି ସେମାନଙ୍କୁ ଗୃହରେ ବିରୋଧି ଦଳଙ୍କ ପାଖରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories