www.samajalive.in
Wednesday, December 10, 2025
26.1 C
Bhubaneswar

‘ସୁପର ୩୦’ ବକ୍ସ ଅଫିସ ରିପୋର୍ଟ : ୨ ଦିନରେ ୨୯ କୋଟି

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ପ୍ରାୟ ୧୨ କୋଟି ଟଙ୍କା ଆୟ କରିଥିଲା। ସେହିପରି ଶନିବାର ଚଳଚ୍ଚିତ୍ର ପ୍ରାୟ ୧୭-୧୮ କୋଟି ଟଙ୍କାର ବ୍ୟବସାୟ କରିଛି। ଏହି କ୍ରମରେ ‘ସୁପର ୩୦’ ଦୁଇ ଦିନରେ ପ୍ରାୟ ୨୯ କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୭୦ କୋଟି ଟଙ୍କା ରହିଛି।

ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ହ୍ରିତିକ ଆନନ୍ଦ କୁମାରଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ ଓ ତାଙ୍କ ଅଭିନୟର ମଧ୍ୟ ଲୋକେ ବହୁତ ପ୍ରଶଂସା କରୁଛନ୍ତି। ମୃଣାଳ ଠାକୁର ଚଳଚ୍ଚିତ୍ରରେ ହ୍ରିତିକଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories