www.samajalive.in
Monday, December 15, 2025
15.1 C
Bhubaneswar

ସରିଲା ବିଧାନସଭା, ୨୬ ଦିନରେ ୮ ବିଲ୍‍

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖରେ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଘୋଷିତ ଅବଧିର ଚାରି ଦିନ ପୂର୍ବରୁ ସମାପ୍ତ ହୋଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସରେ ୮ଟି ବିଲ୍‍ ପାରିତ ହୋଇଛି। ଶେଷଦିନ ମଙ୍ଗଳବାର ଦିନ ୫ଟି ବିଲ୍‍ ପାରିତ ହୋଇଛି। ସେଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଶା ଭାଷା ଆଇନ୍‍(ସଂ) ବିଲ୍‍ ୨୦୧୮ ଓ ଭତ୍ତା ବୃଦ୍ଧି ବିଲ୍‍। ଏହି ଦୁଇଟିଯାକ ବହୁମତରେ ପାରିତ ହୋଇଛି। ଓଡ଼ିଶା ଭାଷା ଆଇନ୍‍ ବିଲ୍‍ ପାରିତ ହେବା ପରେ ନାମଫଳକ ଓ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଏଣିକି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ନ ଲେଖିଲେ ପ୍ରଥମ ଦଣ୍ଡବିଧାନ ସ୍ୱରୂପ ସର୍ବନିମ୍ନ ୧ ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ। ଦ୍ୱିତୀୟ ଥର ଆଇନ୍‍ ଉଲ୍ଲଂଘନ କଲେ ସର୍ବନିମ୍ନ ୨ ହଜାର ଟଙ୍କା ଓ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି କଟକଣା ଲାଗୁ କରିବା ପାଇଁ ଓଡ଼ିଶା ଦୋକାନଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ(ସଂ) ବିଲ୍‍ ୨୦୧୮ ପାରିତ ହୋଇଛି। ସେହିପରି ଓଡ଼ିଶା ସରକାରୀ ଭାଷା(ସଂ) ବିଲ୍‍ ୨୦୧୮ ମଧ୍ୟ ପାରିତ ହୋଇଛି। ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର ନ କଲେ ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନ କରାଯିବ ଏବଂ ଯେଉଁମାନେ ସରକାରୀ କାର୍ଯ୍ୟରେ ଅଧିକରୁ ଅଧିକ ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ପାଇଁ ବିଲ୍‍ରେ ବ୍ୟବସ୍ଥା ରହିଛି। ଭତ୍ତା ବୃଦ୍ଧି ବିଲ୍‍ ପାରିତ ହେବା ପରେ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଦୈନିକ ଭତ୍ତା ୧୫୦ ଟଙ୍କାରୁ ୮୦୦ ଟଙ୍କାକୁ ବୃଦ୍ଧି ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories