ପାକିସ୍ତାନକୁ ସେନା ମୁଖ୍ୟଙ୍କ ଚେତାବନୀ; ଆତଙ୍କବାଦର କୌଣସି କାର୍ଯ୍ୟ ପାଇଁ କ୍ଷମା ନାହିଁ
ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ସେନା ମୁଖ୍ୟ ବିପିନ ରାୱତ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଆତଙ୍କବାଦର କୌଣସି କାର୍ଯ୍ୟ ପାଇଁ କ୍ଷମା ଦିଆଯିବ ନାହିଁ। ଉରି ଏବଂ ପୁଲୱାମା ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ବୋଲି ରାୱତ କହିଛନ୍ତି।
କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାୱତ ଉଦବୋଧନ ଦେଇ କହିଥିଲେ, ଯଦି ପାକିସ୍ତାନ ବାରମ୍ବାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବ, ତେବେ ଭାରତ ଦଣ୍ଡ ଦେବା ଲାଗି ପ୍ରତିଶୋଧମୂଳକ ପଦପେକ୍ଷ ନେବ। ଉରି ଏବଂ ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦ ବିରୋଧରେ ଆମର ରାଜନୈତିକ ଏବଂ ସାମରିକ ସଙ୍କଳ୍ପ। ଦେଶର ଆଞ୍ଚଳିକ ସହଂତି ରକ୍ଷା କରିବା ଲାଗି ଭାରତୀୟ ଯବାନମାନେ ସର୍ବଦା ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ରାଓତ କହିଥିଲେ।
Comments are closed.