www.samajalive.in
Monday, December 15, 2025
27.1 C
Bhubaneswar

ଏଫଏମ୍‌ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ଶୁଭଲକ୍ଷ୍ମୀ ଟପ୍ପର

ବାଲେଶ୍ୱର : ଫକିରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଫଳ ଅନୁସାରେ ୟୁଏନ୍‌ କଲେଜର ଶୁଭଲକ୍ଷ୍ମୀ ପୃଷ୍ଟି ବେଷ୍ଟ ଗ୍ରାଜୁଏଟ୍‌ ହୋଇଛନ୍ତି । ଇତିହାସ, ରାଜନୀତି, ଓଡ଼ିଆ, ଦର୍ଶନଶାସ୍ତ୍ର, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ବାଣିଜ୍ୟ (ମ୍ୟାନେଜମେଣ୍ଟ) ୮ଟି ବିଷୟରେ ୟୁଏନ୍‌ ସୋର କଲେଜ ଛାତ୍ରଛାତ୍ରୀ ଟପର ହୋଇଛନ୍ତି । ଯୁକ୍ତ ୩ କଳାରେ ଚରମ୍ପା କଲେଜର ମନୋଜ କୁମାର ବିଶ୍ୱାଳ ଟପ୍ପର ହୋଇଚନ୍ତି । କଳାର ଅର୍ଥନୀତି ବିଷୟରେ ଏବି କଲେଜ ବାସୁଦେବପୁରର ନିରୁପମା ନାୟକ, ଏଜୁକେଶନରେ ଆରଆଇଏଚ୍‌ଏସ୍‌ କଲେଜ ଭୋଗରାଇର ମାନସି ଜେନା, ଇତିହାସରେ ୟୁଏନ୍‌ କଲେଜ ସୋରର ସମିତା ପ୍ରଧାନ, ଓଡ଼ିଆରେ ସେହି କଲେଜର ସତ୍ୟଜିତ ବେହେରା, ଦର୍ଶନଶାସ୍ତ୍ରରେ ସୋରର ମୌସୁମୀ ପାଣିଗ୍ରାହୀ, ରାଜନୀତି ବିଜ୍ଞାନରେ ସୋରର ରୋଜାଲିଶା ବିଶ୍ୱାଳ, ମନସ୍ତତ୍ୱବିଜ୍ଞାନରେ ଚରମ୍ପା ମହାବିଦ୍ୟାଳୟର ମନୋଜ କୁମାର ବଳ, ସାଧରଣ ପ୍ରଶାସନରେ ବିଏନ୍‌ଏମ୍‌ଏ କଲେଜ ପାଳିଆବନ୍ଧାର ମନ୍ଦାକିନୀ ନାୟକ, ସଂସ୍କୃତରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ବାଲିଆପାଳର ସଂଜୁକ୍ତା ଗିରି, ସାମାଜିକ ବିଜ୍ଞାନରେ ଚାନ୍ଦବାଲି କଲେଜର ଚନ୍ଦନ ନାୟକ ଏବଂ ଊର୍ଦ୍ଧୁରେ ଭଦ୍ରକ ମହିଳା କଲେଜର ରଜା ଇ ଫାତିମା ଟପ୍ପର ହୋଇଛନ୍ତି । ଯୁକ୍ତ ୩ ବିଜ୍ଞାନରେ ୟୁଏନ୍‌ କଲେଜ ସୋରର ଶୁଭଲକ୍ଷ୍ମୀ ପୃଷ୍ଟି ଟପ୍ପର ହୋଇଛନ୍ତି । ଉଦ୍ଭିଦବିଜ୍ଞାନରେ ବିନାୟକ ଡିଗ୍ରୀ କଲେଜର ସ୍ୱପ୍ନା ମଲ୍ଲିକ, ରସାୟନ ବିଜ୍ଞାନରେ ୟୁଏନ୍‌ କଲେଜର ସୋରର ବିରଞ୍ଚି ନାରାୟଣ ପଣ୍ଡା, ଗଣିତରେ ସେହି କଲେଜର ଶୁଭଲକ୍ଷ୍ମୀ ପୃଷ୍ଟି, ପଦାର୍ଥ ବିଜ୍ଞାନରେ ସେହି କଲେଜର ସତ୍ୟଭାମା ଲେଙ୍କା, ପ୍ରାଣୀବିଜ୍ଞାନରେ ସିଧେଶ୍ୱର କଲେଜର ଅନନ୍ୟା ପରିଡ଼ା, କମ୍ପ୍ୟୁଟର ସାଇନ୍ସର ଧର୍ମେନ୍ଦୁ ଶେଖର ରାଉତ ଟପ୍ପର ହୋଇଛନ୍ତି । ଅନୁରୂପ ଭାବେ ଯୁକ୍ତ ୩ ବାଣିଜ୍ୟରେ ଖଇରା କଲେଜର ମଧୁସୂଦନ ଦାସ ଟପ୍ପର ହୋଇଛନ୍ତି । ବାଣିଜ୍ୟର ଆକାଉଣ୍ଟରେ ମଧୁସୂଦନ ଦାସ, ଫିନାନ୍ସରେ ସିମୁଳିଆ କଲେଜର ସତ୍ୟବ୍ରତ ଗହନ, ମ୍ୟାନେଜମେଣ୍ଟରେ ୟୁଏନ୍‌ କଲେଜ ସୋରର ପାପାନ ପାଲ, ମାର୍କେଟିଂରେ ଖଇରା କଲେଜର ଅକ୍ଷୟ କୁମାର ଜେନା, ବ୍ୟାଙ୍କିଂରେ ବିଏନ୍‌ଏମ୍‌ଏ କଲେଜ ପାଳିଆବନ୍ଧାର ରାଜେନ୍ଦ୍ର ଖୁଣ୍ଟିଆ ଟପ୍ପର ହୋଇଛନ୍ତି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories