www.samajalive.in
Sunday, December 7, 2025
26.1 C
Bhubaneswar

ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ଅଫର୍‌ ଦେଇଥିବା ସରକାରୀ ଅଧିକାରୀ ନିଲମ୍ବିତ

ମୁମ୍ବଇ . – ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ସହ ମାଗଣା ମଦ ବୋତଲ ମିଳିବ ପ୍ରସ୍ତାବ ଦେଇଥିବା ସରକାରୀ ଅଧିକାରୀଙ୍କୁ ମହାରାଷ୍ଟ୍ର ସରକାର ନିଲମ୍ବିତ କରିଛନ୍ତି । ସରକାରୀ ଅଧିକାରୀଜଣଙ୍କ ନିଜର ସହକର୍ମୀମାନଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ।

ମହାରାଷ୍ଟ୍ର ନଗର ପୌରନିଗମର ସାନିଟାରୀ ଇନିସ୍‌ପେକ୍ଟର କିଶୋର ଦେଶମୁଖ ନିଜର ସହକର୍ମୀ ଓ ଅଧସ୍ଥନ କର୍ମଚାରୀମାନଙ୍କୁ ଏହି ପ୍ରସ୍ତାବ ଦେଇଥିଲ । ହ୍ୱାଟସ୍‌ଆପ୍‌ରେ ବି ଏହି ସନ୍ଦେଶ ପଠାଇଥିଲେ । ସମସ୍ତ ବିଭାଗର ପ୍ରମୁଖ କର୍ମଚାରୀମାନଙ୍କୁ ଏହି ସନ୍ଦେଶ ସେ ପଠାଇଥିଲେ । ମହାରାଷ୍ଟ୍ର ସରକାର ସମସ୍ତ ପୌରନିଗମଙ୍କୁ ବୃକ୍ଷ ରୋପଣ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସରକାର କିଶୋରଙ୍କୁ ନିଲମ୍ବିତ କରିଛନ୍ତି । ପ୍ରଶାସନକୁ ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ କିଶୋର ଏପରି ପଦକ୍ଷେପ ଗ୍ରହଣ କରିଥିବା କଥା ସଫେଇ ଦେଇଛନ୍ତି ।
ଏହି ସନ୍ଦେଶ ମିଳିବା ପରେ କର୍ମଚାରୀମାନେ ବିରୋଧ କରିଥିଲେ । ପରେ ଏହି ନିଗମର କମିଶନର ଯାଞ୍ଚ ଆଦେଶ ଦେଇଥିଲେ । ଘଟଣାର ସତ୍ୟତା ଜଣାପଡିବା ପରେ ଦେଶମୁଖଙ୍କ ନିଲମ୍ବିତ କରାଯାଇଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories