www.samajalive.in
Sunday, December 14, 2025
23.1 C
Bhubaneswar

କ୍ରିକେଟ ବିଶ୍ବକପ୍ : ୫୦ ଓଭର ଖେଳିପାରିଲାନି ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ୨୨୪ ରନର ବିଜୟ ଲକ୍ଷ୍ୟ

ବର୍ମିଂହାମ : କ୍ରିକେଟ ବିଶ୍ବକପ ୨୦୧୯ର ଦ୍ବିତୀୟ ସେମିଫାଇନାଲ ଗୁରୁବାର ବର୍ମିଂହାମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ଅସମର୍ଥ ହୋଇଛି। ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଷ୍ଟିଭ ସ୍ମିଥଙ୍କ ଲଢୁଆ ୮୫ ରନ ବଳରେ ଦଳ ୪୯ ଓଭରରେ ସମସ୍ଥ ୱିକେଟ ହରାଇ ୨୨୩ ରନ କରିବାରେ ସମର୍ଥ ହୋଇଛି।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ ସର୍ବାଧିକ ୧୧୯ ବଲରୁ ୬ଟି ଚୌକା ସହାୟତାରେ ୮୫ ରନ କରିଥିଲାବେଳେ ଆଲେକ୍ସ କ୍ୟାରୀ ୭୦ ବଲ ଖେଳି ୪ଟି ଚୌକା ସହାୟତାରେ ୪୬ ରନ କରିଛନ୍ତି।
ଇଂଲଣ୍ଡ ପକ୍ଷରୁ ଚମତ୍କାର ବୋଲିଂ କରି କ୍ରିସ ଓକ୍ସ ତିନୋଟି, ରଶିଦ ୩ଟି, ଆର୍ଚର ୨ଟି, ମାର୍କ ଉଡ ଗୋଟିଏ ୱିକେଟ ନେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories