www.samajalive.in
Monday, December 8, 2025
20.1 C
Bhubaneswar

ହରଡ଼ଘଣାରେ ଚୋକସି, ଇଡି ଅକ୍ତିଆରରେ ୨୪ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକସିର ୨୪ କୋଟି ଟଙ୍କାର ସମ୍ପତ୍ତି ନିଜ ଅକ୍ତିଆରକୁ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ସମ୍ପତ୍ତି ମଧ୍ୟରେ ଦୁବାଇସ୍ଥିତ ତିନୋଟି ବାଣିଜ୍ୟିକ ସମ୍ପତ୍ତି, ଗୋଟିଏ ମର୍ସିଡିଜ କାର ଏବଂ ସ୍ଥାୟୀ ଜମା ରାଶି ଅନ୍ତର୍ଭୁକ୍ତ। ୨୦୧୮ ଫେବୃଆରୀରେ ସିବିଆଇ ଦ୍ୱାରା ଦାୟର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିବା ପରେ ଏହି ଠକେଇ ଘଟଣାରେ ମେହୁଲ ଚୋକସି ସମ୍ପୃକ୍ତ ଥିବା ଜଣାପଡିଥିଲା।

ଚୋକସି ଏବଂ ଅନ୍ୟମାନେ କିଛି ବ୍ୟାଙ୍କ ଅଧିକାରୀଙ୍କ ସହଯୋଗରେ ମିଛ ଲେଟର ଅଫ କ୍ରେଡିଟ ଜମା କରି ପଞ୍ଜାବ ନେସନାଲ ବ୍ୟାଙ୍କରୁ ଋଣ ନେଇଥିଲେ ଏବଂ ବ୍ୟାଙ୍କକୁ ପୈଠ କରି ନ ଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ହଜାର ୯୭କୋଟି ଟଙ୍କା ଠକେଇ ହୋଇଥିବା ଆକଳନ କରିଥିବା ବେଳେ ଏ ପର୍ଯ୍ୟନ୍ତ ୨ହଜାର ୫୩୪କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆରକୁ ନେଇଛି। ଚୋକସି ଆଣ୍ଟିଗୁଆ ଏବଂ ବରବୁଦା ଆତ୍ମଗୋପନ କରିଥିବା ଇଡି ସନ୍ଦେହ କରୁଛି ଓ ତାର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଛି। ଚୋକସି ବିରୁଦ୍ଧରେ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories