www.samajalive.in
Sunday, December 7, 2025
15.1 C
Bhubaneswar

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ସୁନା ଜବତ କରିଛନ୍ତି କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ଆସିଥିବା ଚେନ୍ନାଇର ୨ଜଣ ଯୁବକଙ୍କ ନିକଟରୁ ୬୧୨ଗ୍ରାମ ସୁନା ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ବିମାନବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି। କ୍ୟାପସୁଲ ଆକାରରେ ୭ଟି ପ୍ଲାଷ୍ଟିକ ଡବାରେ ସୁନା ଭର୍ତ୍ତି କରି ଆଣୁଥିଲେ ୨ଯୁବକ। ତେବେ ୨ଜଣ ଯୁବକ ସୁନା କେଉଁଠିକୁ ନେଛଥିଲେ ସେ ନେଇ ଅଧିକ ତଦନ୍ତ କରୁଛି ବିମାନବନ୍ଦର କଷ୍ଟମ ବିଭାଗ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ବିମାନବନ୍ଦରରୁ ଗତ ୨ମାସ ମଧ୍ୟରେ ଅନେକ ଥର ସୁନା ଜବତ କରିଛି କଷ୍ଟମ ବିଭାଗ । ବୁଧବାର ଅପରାହ୍ନରେ ଏୟାର ଏସିଆ ବିମାନରେ ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ସୁନା ଜବତ ହୋଇଥିଲା । ବିମାନବନ୍ଦରର କଷ୍ଟମ ବିଭାଗ ଅଧିକାରୀ ଯାତ୍ରୀଙ୍କଠାରୁ ୧୫୧ ଗ୍ରାମ ସୁନା ଜବତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories