www.samajalive.in
Saturday, December 6, 2025
16.1 C
Bhubaneswar

ଧୋନୀଙ୍କ ସନ୍ନ୍ୟାସ ନେବା ଖବର ଶୁଣି ଭାବବିହ୍ବଳ ହେଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ବୁଧବାର ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପରୁ ବାଦ୍ ପଡ଼ିଛି। ଶେଷ ୧୧ ବଲରୁ ଭାରତକୁ ୨୫ରନ ଦରକାର ଥିଲାବେଳେ ୪୯ ଓଭରର ତୃତୀୟ ବଲରେ ଧୋନୀ ଦ୍ବିତୀୟ ରନ ନେବାକୁ ପ୍ରାୟାସ କରୁଥିବାବଳେ ମାର୍ଟିନ ଗପଟିଲଙ୍କ ଦ୍ବାରା ରନ୍ ଆଉଟ୍ ହୋଇଥିଲେ। ଧୋନୀ ରନ ଆଉଟ୍ ହେବାସହ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଏହାପରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ବରଣ କରିଥିଲା। ଏହି ପରାଜୟ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ୍ କଳାକାର ଓ ପୂର୍ବତନ ଖେଳାଳି ଭାରତୀୟ ଦଳକୁ ସହାନୁଭୂତି ଜଣାଇଛନ୍ତି। ମ୍ୟାଚ୍ରେ ସାହସିକ ବ୍ୟାଟିଂ କରିଥିବା ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଖୁବ୍ ପ୍ରଶଂସା ମିଳିଛି। ମାତ୍ର ସାମାଜିକ ଗଣମାଧ୍ୟମରେ ଧୋନୀଙ୍କ ସନ୍ନ୍ୟାସ ନେବା ଖବର ସାମ୍ନାକୁ ଆସିଛି। ଯାହାକୁ ବଲିଉଡର କୋକିଳ କଣ୍ଠି ଲତା ମେଙ୍ଗସକର ସହ୍ୟ କରିପାରିନାହାନ୍ତି। ଲତା ଧୋନୀଙ୍କ ସନ୍ନ୍ୟାସ ଖବର ଶୁଣି ଭାବବିହ୍ବଳ ହେବାସହ ଧୋନୀଙ୍କୁ ଟ୍ବିଟ୍ କରିଛନ୍ତି। ସେ ଧୋନୀଙ୍କୁ ଟ୍ବିଟ୍ କରି ଲେଖିଛନ୍ତି- ‘ନମସ୍କାର ମହେନ୍ଦ୍ର ସିଂ ଧୋନୀ! ଖୁବଶୀଘ୍ର ଆପଣ ସନ୍ନ୍ୟାସ ନେବା ଖବର ମୁଁ ଶୁଣିବାକୁ ପାଉଛି। ଦୟାକରି ଏବେ ଆପଣ ସନ୍ନ୍ୟାସ ନିଅନ୍ତୁ ନାହିଁ। କାରଣ ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ କ୍ରିକେଟ ଦଳକୁ ଆପଣଙ୍କର ଆବଶ୍ୟକତା ରହିଛି। ତେଣୁ ଦୟାକରି ଆପଣ ବର୍ତ୍ତମାନ ସମୟରେ ସନ୍ନ୍ୟାସ ନେବା କଥା ମନରୁ କାଢି ଦିଅନ୍ତୁ।’
ଲତା ମଙ୍ଗେସକରଙ୍କ ଏହି ଟ୍ବିଟରେ ଲତାଙ୍କୁ ଅନେକ ପ୍ରଂଶସକ ସପୋର୍ଟ କରିବା ସହ ଲତାଙ୍କ କଥାରେ ଏକମତ ଥିବା କଥା ଲେଖିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories