ନୂଆଦିଲ୍ଲୀ : ଜୁଲାଇ ୧୧ ତାରିଖ ବିଶ୍ୱ ଜନସଂଖ୍ୟା ଦିବସ । ଆଜକୁ ୩୦ ବର୍ଷ ପୂର୍ବେ ୧୯୮୯ ମସିହାରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୯୮୭ ମସିହା ଜୁଲାଇ ୧୧ତାରିଖରେ ବିଶ୍ୱର ଜନସଂଖ୍ୟା ୫୦୦ କୋଟି ଟପିଯିବା ପରେ ଏ ସଂକ୍ରାନ୍ତରେ ସଚେତନତା ବୃଦ୍ଧି ସକାଶେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଆରମ୍ଭ କରାଯାଇଥିଲା । ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଜନସଂଖ୍ୟା ବୃଦ୍ଧିର ହାର ଏଭଳି ରୁହେ ତେବେ ଖୁବ ଶୀଘ୍ର ବିଶ୍ୱସ୍ତରରେ ଏହା ଏକ ହଜାର କୋଟି ପାଖାପାଖି ପହଞ୍ଚିବ।
ଜନସଂଖ୍ୟା ସମସ୍ୟାର ଗୁରୁତ୍ୱ ଓ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଲାଗି ଦୃଷ୍ଟିଆକର୍ଷଣ କରିବା ସକାଶେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ପାଇଁ ବିଶ୍ୱ ଜନସଂଖ୍ୟା ଦିବସର ଶୀର୍ଷକ ରହିଛି ‘୧୯୯୪ ମସିହା ଅନ୍ତର୍ଜାତୀୟ ସମ୍ମିଳନୀର ଜନସଂଖ୍ୟା ଉନ୍ନୟନ ଆହ୍ୱାନର ଅସମ୍ପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବା।’
୧୯୫୧ ବେଳକୁ ଭାରତର ଜନସଂଖ୍ୟା ୩୬କୋଟି ଥିଲା ଯାହା ବୃଦ୍ଧି ପାଇ ୧୩୩ କୋଟିରେ ପହଞ୍ଚିସାରିଛି। ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ସୁଦ୍ଧା ଚୀନ୍କୁ ପଛରେ ପକାଇ ଏକ ନମ୍ବର ହୋଇଯିବ ।
ବିଶ୍ୱ ଜନସଂଖ୍ୟା ଦିବସ : ୨୦୨୭ ସୁଦ୍ଧା ଚୀନ୍କୁ ପଛରେ ପକାଇବ ଭାରତ !
Popular Categories



