www.samajalive.in
Friday, December 5, 2025
17.1 C
Bhubaneswar

ଶାହାଙ୍କୁ ଭେଟିବେ କଂଗ୍ରେସ ତ୍ୟାଗୀ ୧୦ ଗୋଆ ବିଧାୟକ

ଗୋଆ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୧୦ ଜଣ ବିଧାୟକ ଗୁରୁବାର ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିବେ। ଗୋଆ ବିଧାନସଭାର ମୋଟ ୧୫ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳ ତ୍ୟାଗ କରି ବିଜେପିରେ ମିଶିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସେମାନେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ କରି ସେମାନଙ୍କ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ବାଚସ୍ପତି କହିଛନ୍ତି ଯେ ସମ୍ପୃକ୍ତ ବିଧାୟକମାନେ ବିଜେପିରେ ମିଶିବା ପାଇଁ ତାଙ୍କୁ ଯେଉଁ ଚିଠି ଦେଇଥିଲେ, ତାହାକୁ ସେ ଗ୍ରହଣ କରିଛନ୍ତି। ଦୁଇ ତୃତୀୟାଂଶ ବିଧାୟକ କଂଗ୍ରେସ ଛାଡ଼ିଥିବାରୁ ଦଳ ବଦଳ ବିରୋଧ ନିୟମ ସେମାନଙ୍କ ବିରୁଦ୍ଧରେ ଲାଗୁ ହେବନାହିଁ। କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ନେତୃତ୍ୱରେ ଏହି ୧୦ଜଣ ବିଧାୟକ ଦଳରୁ ଅଲଗା ହୋଇଯାଇଛନ୍ତି ଏବଂ ବିଜେପିରେ ତାଙ୍କ ଗୋଷ୍ଠୀ ମିଶିବାକୁ ନିଷ୍ପତ୍ତି ନେଇଛି।

ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରକୁ ମଜବୁତ କରିବା ଏହି ଗୋଷ୍ଠୀର ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି। ଏହାଫଳରେ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୭ରୁ ୨୭କୁ ବୃଦ୍ଧି ପାଇବ। ବିଜେପି ସରକାରକୁ ଦୁଇଜଣ ସ୍ୱାଧୀନ ଓ ଗୋଆ ଫରୱାର୍ଡ ପାର୍ଟିର ଜଣେ ବିଧାୟକ ସମର୍ଥନ କରୁଛନ୍ତି। କଂଗ୍ରେସ ଛାଡ଼ିଥିବା ଏହି ୧୦ଜଣ ମିଶିବା ପରେ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ୩୩ ବିଧାୟକଙ୍କ ସମର୍ଥନ ରହିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories