www.samajalive.in
Friday, December 5, 2025
20.1 C
Bhubaneswar

ଚଟପଟା ନୁଡୁଲ୍ସ ଭେଲ

ଆବଶ୍ୟକୀୟ ସାମଗ୍ରୀ: ସିଝା ନୁଡୁଲ୍ସ, ଗୋଟିଏ କଟା ପିଆଜ, ୫୦ ଗ୍ରାମ କଟା ବନ୍ଧାକୋବି, ଗୋଟିଏ କଟା ଗାଜର, ଗୋଟିଏ ଶିମିଲା ଲଙ୍କା, କଞ୍ଚାଲଙ୍କା, ୨-୪ ରସୁଣ, ଅଳ୍ପ କଟା ପିଆଜ ସଣ୍ଢା, ଅଳ୍ପ କର୍ଣ୍ଣଫ୍ଲୋର, ସ୍ବାଦଅନୁଯାୟୀ ଲୁଣ, ଏକ ଚାମଚ ସେଜୱନ ସସ୍, ୧/୨ ଚାମଚ ଚିଲି ସସ୍, ଏକ ଚାମଚ ଟମାଟୋ ସସ୍, ୧/୨ ଚାମଚ ସୋୟା ସସ୍, ୧/୨ ଚାମଚ ଭିନେଗାର

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ସିଝା ନୁଡୁଲ୍ସରେ ଲୁଣ ଓ ଅଳ୍ପ କର୍ଣ୍ଣଫ୍ଲୋର ଗୋଳାନ୍ତୁ । ପରେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ନୁଡୁଲ୍ସକୁ ପକାଇ ବାଦାମୀ ରଙ୍ଗ ହେବା ଯାଏଁ ଛାଣନ୍ତୁ । ପରେ ଅନ୍ୟ ଏକ ପ୍ୟାନ ଚୁଲାରେ ବସାଇ ଅଳ୍ପ ତେଲ ଗରମ କରନ୍ତୁ । ସେଥିରେ କଟା ରସୁଣ ଓ ଲଙ୍କା ପକାଇ ଭାଜନ୍ତୁ । ଅଳ୍ପ ସମୟ ପରେ ସେଥିରେ ଗାଜର ଓ କଟା ପିଆଜ ପକାଇ ଭାଜନ୍ତୁ । ଅଳ୍ବ ସମୟ ପରେ ସେଥିରେ କଟା କ୍ୟାପ୍ସିକମ୍ ଓ କଟା ବନ୍ଧା କୋବି ପକାନ୍ତୁ । ପରିବା ହଲକା ଭାଜି ହୋଇଗଲା ପରେ ଶେଷରେ କଟା ପିଆଜ ସଣ୍ଢା ପକାଇ ଭଲକି ଗୋଳାନ୍ତୁ । ବର୍ତ୍ତମାନ ଚୁଲା ବନ୍ଦ କରି ପରିବା ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡି ଦେବେ । ତା ପରେ ଏକ ପାତ୍ରରେ ପରିବା ମିଶ୍ରଣକୁ ନେଇ ସେଥିରେ ଏକ ଚାମଚ ସେଜୱନ ସସ୍, ୧/୨ ଚାମଚ ଚିଲି ସସ୍, ୧ ଚାମଚ ଟମାଟୋ ସସ୍, ୧/୨ ଚାମଚ ସୋୟା ସସ୍, ୧/୨ ଚାମଚ ଭିନେଗାର ଓ ଅଳ୍ପ ଲୁଣ ପକାଇ ଭଲକି ଗୋଳାଇ ଦିଅନ୍ତୁ ।  ପରେ ଛଣା ନୁଡୁଲ୍ସକୁ ହାତରେ ଅଳ୍ପ ଗୁଣ୍ଡ କରି ସେଥିରେ ପକାନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ଭେଲ ।

- Advertisement -
pic courtesy Pinterest

ସୂଚନା: ପରିବା ଥଣ୍ଡା ହେଲା ପରେ ସେଥିରେ ନୁଡୁଲ୍ସ ପକାଇବେ ନହେଲେ ନୁଡୁଲ୍ସ ନରମି ଯିବ ଏବଂ ତାର ଟେଷ୍ଟ ଖରାପ ହେବ । ଭିନେଗାର ବଦଳରେ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories