www.samajalive.in
Monday, December 15, 2025
17.1 C
Bhubaneswar

ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଜନଜୀବନ ପ୍ରଭାବିତ,୧୦ ମୃତ

ନୂଆଦିଲ୍ଲୀ : ଗୁଜରାଟ, ମୁମ୍ବଇ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବର୍ଷା ଜାରି ରହିବା ନେଇ ଯଥେଷ୍ଟ ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।
କେବଳ ଉତ୍ତର ପ୍ରଦେଶରେ ବର୍ଷାଜନିତ ଘଟଣାରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବଜ୍ରପାତରେ ମିର୍ଜାପୁର ଓ ପ୍ରତାପଗଡ଼ରୁ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି । ମୋରାଦାବାଦ, ଆମ୍ବେଦକର ନଗର, ହଥ୍‍ରସ୍‍, ପ୍ରୟାଗନାଥ ଓ ଆମେଠି ଜିଲ୍ଲାରୁ ବର୍ଷା ଯୋଗୁଁ ଜଣେ ଲେଖାଏଁ ଲୋକଙ୍କର ପ୍ରାଣହାନୀ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିବ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଭୋପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ୨୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗୁନା, ବିଦିଶା, ଅନୁପପୁର, ଝାବୁଆ ଓ ଅଲିରାଜପୁର ଜିଲ୍ଲାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଖଣ୍ଡୱା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଓମ୍‍କାରେଶ୍ୱର ଡ୍ୟାମର ୬ଟି ଗେଟ୍‍ ଖୋଲାଯାଇଛି। ସେଓପୁର ଜିଲ୍ଲାରେ ସିପ୍‍ ନଦୀରେ ଥିବା ବଞ୍ଜାରା ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି । ସାଗର-ଭୋପାଳ ସଡ଼କରେ ରାଇସେନ୍‍ ଜିଲ୍ଲାଠାରେ ପୋଲ ଭାଙ୍ଗିଯିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଭୋପାଳ, ଇନ୍ଦୋର, ହୋସାଙ୍ଗାବାଦ୍‍ ଓ ଉଜ୍ଜୟିନୀରେ ଜୋରରେ ପବନ ବହିବା ସହିତ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ଲାଗି ରହିଛି। ଭାଲସାଡ ଜିଲ୍ଲାରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାପି, କାପରାଡା, ଖେରଗାମ ଭଳି ଶିଳ୍ପାଞ୍ଚଳ ଓ ନବସାରୀ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଗୁଜରାଟରେ ଗତ ସପ୍ତହେ ଧରି ପ୍ରବଳ ବର୍ଷା ଲାଗିରହିଥିବା ବେଳେ, କଚ୍ଛ, ସୌରାଷ୍ଟ୍ର ଏବଂ ଉତ୍ତର ଗୁଜୁରାଟାର ଏପର୍ଯ୍ୟନ୍ତ ମୌସୁମୀ ବର୍ଷା ଆରମ୍ଭ ହୋଇ ନାହିଁ।
ମୁମ୍ବଇ ସହରତଳି ଅଞ୍ଚଳରେ ସୋମବାର ସକାଳୁ ବର୍ଷା ପ୍ରବଳ ବର୍ଷା ଲାଗିରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories