www.samajalive.in
Saturday, December 13, 2025
23.1 C
Bhubaneswar

ବିଶ୍ବକପ୍‌ରୁ ଖାୱାଜା ବାଦ୍; ମାର୍ଶ ଓ ୱେଡ୍‌ ସାମିଲ

ମାଞ୍ଚେଷ୍ଟର : ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଉସ୍‌ମାନ୍ ଖାୱାଜା ଆହତ ହୋଇ ଚଳିତ ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୱିକେଟ ରକ୍ଷକ ମାଥ୍ୟୁ ୱେଡ୍‌ ବଦଳ ଖେଳାଳି ଭାବେ ସାମିଲ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆର ଅନ୍ତିମ ବିଶ୍ବକପ୍ ମ୍ୟାଚ୍‌ରେ ଖାୱଜା ଆହତହୋଇ ରିଟାୟର୍ଡ ହୋଇଥିଲେ। ପରେ ସେ ଆସି ୧୮ ରନ୍ କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ପାଇଁ ଖେଳି ଖାୱାଜା ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବିଶ୍ବକପ୍ ଦଳରେ ସାମିଲ କରା ଯାଇଥିଲା। ଗୁରୁବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବାକୁ ଯାଉଥିବା ବେଳେ ଖାୱାଜାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଧକ୍କା। ଖାୱାଜା ୩ନଂରେ ଖେଳି ଭଲ ପ୍ରଦର୍ଶନ କରିଥିଲେ। ଏଣେ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ମାର୍କସ ​‌େ​‌ଷ୍ଟାଇନିସ୍ ମଧ୍ୟ ଆହତ ହୋଇଛନ୍ତି। ସେ ଦଳ​‌େ​‌ର ରହିଥିଲେ ହେଁ ମିଚେଲ ମାର୍ଶଙ୍କୁ ଅତିରିକ୍ତ ଖେଳାଳି ଭାବେ ଇଂଲଣ୍ଡ ଡକାଯାଇଛି। ପୂର୍ବରୁ ମିଚେଲ ମାର୍ଶଙ୍କ ବଡ଼ ଭାଇ ସନ୍ ମାର୍ଶଙ୍କ ହାତ ଭାଙ୍ଗି ଯାଇଥିବାରୁ ତାଙ୍କ ସ୍ଥାନରେ ପିଟର ହ୍ୟାଣ୍ଡ୍‌ସକମ୍ବ୍ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ଅନୁମାନ କରାଯାଉଛି ଯେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ହ୍ୟାଣ୍ଡ୍‌ସକମ୍ବ୍ ଖେଳିପାରନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories