www.samajalive.in
Friday, December 12, 2025
16.1 C
Bhubaneswar

୧୧ ବର୍ଷ ତଳେ ବିଶ୍ବକପ୍ ସେମି ଖେଳିଥିଲେ କୋହଲି-ୱିଲିୟମ୍‌ସନ

ନୂଆଦିଲ୍ଲୀ : ମଙ୍ଗଳବାର ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ ଭାରତ। ବିରାଟ କୋହଲି ଓ କେନ୍ ୱିଲିୟମ୍‌ସନ୍ ଏହି ମ୍ୟାଚ୍‌ରେ ଉଭୟ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି।​ ‌େ​‌ତବେ ୧୧ ବର୍ଷ ତଳେ ମଧ୍ୟ ବିଶ୍ବକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ଦଳର ନେତୃତ୍ବ ନେଇଥିଲେ କୋହଲି ଓ ୱିଲିୟମ୍‌ସନ୍। ମାଲେସିଆରେ ୨୦୦୮ରେ ଖେଳା ଯାଇଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍‌ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହୋଇଥିଲା। ଏଥିରେ ୱିଲିୟମ୍‌ସନଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡକୁ ୩ ୱିକେଟରେ କୋହଲି ନେତୃତ୍ବାଧୀନ ଭାରତ ପରାସ୍ତକରି ଫାଇନାଲରେ ପ୍ରବେଶ କରିଥିଲା। ପରେ ଅଷ୍ଟ୍ରେଲିଆକୁ ହରାଇ କୋହଲିଙ୍କ ଦଳ ଚମ୍ପିଆନ୍ ହୋଇଥିଲା। ଉପରୋକ୍ତ ସେମିଫାଇନାଲରେ କୋହଲି ୪୩ ରନ୍ କରିଥିଲେ ଏବଂ ୨ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପାଇଁ ଟ୍ରେଣ୍ଟ ବୋଲ୍‌ଟ ଓ ଟିମ୍ ସାଉଦି ଏବଂ ଭାରତ ପାଇଁ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଖେଳିଥିଲେ। ଏମାନେ ଚଳିତ ବିଶ୍ବକପ୍‌ରେ ମଧ୍ୟ ଖେଳୁଛନ୍ତି। ଦେଖିବା ଏଥର କିଏ ସେମିଫାଇନାଲ ଜିତୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories