ପୋଲସରା, କଣ୍ଟାବାଞ୍ଜିି ଓ ବୌଦ୍ଧ ନିର୍ବାଚନକୁ ଅସିଦ୍ଧ ଘୋଷଣା ନେଇ ହାଇକୋର୍ଟରେ ମାମଲା ଦାୟର

କଟକ : ପୋଲସରା, କଣ୍ଟାବାଞ୍ଜି ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ପୃଥକ ଭାବେ ମାମଲା ଦାୟର ହୋଇଛି। ଏହି ୩ଟି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନପତ୍ରରେ ଦର୍ଶାଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଶ୍ରୀ ସାହୁ ଦେଇଥିବା ଶିକ୍ଷାଗତ ସାର୍ଟିଫିକେଟ ପ୍ରମାଣପତ୍ର ଜାଲିଅାତି ଥିବାବେଳେ ସେ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ତାଙ୍କ ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଦର୍ଶାଇ ଏହାକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ବିଜେପିର ଲକ୍ଷ୍ମଣ ମାଝୀ ପକ୍ଷରୁ ମାମଲା ରୁଜୁ ହୋଇଛି। ତେବେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜାଙ୍କ ନିର୍ବାଚନକୁ ଅସଦ୍ଧ ଘୋଷଣା କରିବାକୁ ପ୍ରାର୍ଥନା କରିଛନ୍ତି। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ମଧ୍ୟ ଅନୁରୂପ ଭାବେ ବିଜେଡିର ପ୍ରଦୀପ୍ ଅମାତଙ୍କ ବିରୋଧରେ ଆଉ ଏକ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ ଗଣତିରେ ବ୍ୟାପକ ଅନିୟମିତତା ହୋଇଥିବା ସେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି।
ଉକ୍ତ ମାମଲାଗୁଡିକୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଅାଚାର୍ଯ୍ୟ ମାମଲା ପରିଚାଳନା କରୁଥିବାବେଳେ ଅଦୈତ୍ୟ ଶତପଥୀ, ସମ୍ବିତ ମହାନ୍ତି, ଗାୟତ୍ରୀ ପାତ୍ର, ସୌମିକ ସ୍ପନ୍ଦନ ତ୍ରିପାଠୀ, ତ୍ରୀସନ୍ଧ୍ୟା ମିଶ୍ର ସହାୟତା କରୁଛନ୍ତି।

kalyan agarbati

Comments are closed.