୧୦୦ ଦିନିକିଆ ୱିକେଟ; ବୁମ୍ରା ଭାରତର ୨ୟ ଦ୍ରୁତତମ
ମାଞ୍ଚେଷ୍ଟର : ୨ୟ ଭାରତୀୟ ବୋଲର ଭାବେ ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ ନେଇଛନ୍ତି ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍ରା। ଶନିବାର ଶ୍ରୀଲଙ୍କା ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଅଧିନାୟକ ଦିମୁଥ୍ କରୁଣାରତ୍ନେଙ୍କୁ ଆଉଟ କରିବା ସହ ବୁମ୍ରା ଏହି କୃତିତ୍ବ ହାସଲ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ବୁମ୍ରା ୯୯ଟି ଦିନିକିଆ ୱିକେଟ ନେଇଥିଲେ। ଶନିବାର ବୁମ୍ରାଙ୍କର ୫୭ତମ ଦିନିକିଆ ମ୍ୟାଚ୍ ଥିଲା। ତାଙ୍କ ପୂର୍ବରୁ ମହମ୍ମଦ ସାମି ୫୬ଟି ଦିନିକିଆ ମ୍ୟାଚ୍ରେ ୧୦୦ ୱିକେଟ ନେଇଥିଲେ।
ତେବେ ସାରାବିଶ୍ବରେ ସବୁଠାରୁ କମ୍ ଦିନିକିଆରେ ମ୍ୟାଚ୍ରେ ୧୦୦ ୱିକେଟ ପୂରଣ କରିଥିବା ବୋଲ ହେଲେ ରସିଦ୍ ଖାଁ। ଆଫ୍ଗାନିସ୍ତାନର ଏହି ଲେଗ୍ସ୍ପିନର ମାତ୍ର ୪୪ଟି ଦିନିିକିଆ ମ୍ୟାଚ୍ରେ ୧୦୦ ୱିକେଟ ନେଇ ପାରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ମୁମ୍ବଇ ଇଣ୍ଡିଆନ୍ସ ପାଇଁ େଖଳିବା ବେଳେ ତାଙ୍କ ଅଣପାରମ୍ପରିକ ବୋଲିଂ ଆକ୍ସନ୍ ଏବଂ ୱିକେଟ ନେବା ଦକ୍ଷତା ଯୋଗୁଁ ବୁମରା ଲୋକଲୋଚକୁ ଆସିଥିଲେ। ୨୦୧୬ ଜାନୁୟାରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମ୍ରା ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ରେ ୨ଟି ୱିକେଟ ନେବା ପରେ ବୁମ୍ରା ଆଉ ପଛକୁ ଫେରି ଚାହିଁନାହାନ୍ତି। କ୍ରିକେଟ୍ର ୩ଟିଯାକ ଫର୍ମାଟରେ ଯଶପ୍ରୀତ୍ ବୁମ୍ରା ଭାରତର ୧ନଂ ବୋଲରର ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଆଇସିସି ଦିିନିକିଆ ମାନ୍ୟତାରେ ବୁମ୍ରା ହେଉଛନ୍ତି ବିଶ୍ବର ୧ନଂ ବୋଲର। ୫୭ଟି ଦିନିକିଆ ମ୍ୟାଚ୍ ଖେଳି ୨୫ ବର୍ଷ ବୟସ୍କ ଯଶପ୍ରୀତ ବୁମ୍ରା ୧୦୨ଟି ୱିକେଟ ନେଇଛନ୍ତି। ଚଳିତ ବିଶ୍ବକପ୍ରେ ମଧ୍ୟ ବୁମ୍ରା ଭାରତର ୧ନଂ ବୋଲର ପ୍ରମାଣିତ ହୋଇଛନ୍ତି। ଅଦ୍ୟାବଧି ୮ଟି ମ୍ୟାଚ୍ରୁ ବୁମ୍ରା ୧୬ଟି ୱିକେଟ ନେଇ ସାରିଲେଣି। ବାଂଲାଦେଶ ବିପକ୍ଷରେ ୫୫ ରନ୍ଦେଇ ୪ଟି ୱିକେଟ ବୁମ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଶ୍ରୀଲଙ୍କା ବିପକ୍ଷରେ ବୁମ୍ରା ଭଲ ବୋଲିଂକରି ୩ଟି ୱିକେଟ ନେଇଥିଲେ।
Comments are closed.