ବାହାରିଲା ଆଡପ ଅଭଡା
ପୁରୀ .- ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନିକଟରେ ମହାପ୍ରସାଦ ଭୋଗ ଲାଗିଥାଏ । ଶ୍ରଦ୍ଧାଳୁମାନେ ଅଭଡା (ଅବଢା) ପାଇଥାଆନ୍ତି । ମାତ୍ର ଅପେକ୍ଷା ଥାଏ ଆଡପ ଅଭଡାକୁ । ରଥଯାତ୍ରା ଓ ଆଡପ ମଣ୍ଡପକୁ ବିଜେପରେ ଶନିବାରରେ ଆଡପ ଅଭଡା ବାହାରିଛି। ବିଶ୍ୱସ ରହିଛି ଆଡପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଆଡପ ଅଭଡା ସେବନକଲେ ଭକ୍ତକୁ ପରମ ତୃପ୍ତି ମିଳିଥାଏ ।
ଦୁଇ ଦିନ ଧରି ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ମହାପ୍ରସାଦ ଭୋଗ ଦିଆଯାଉଥିଲା । ଶନିବାରରେ ଗୁଣ୍ଡିଚା ମନ୍ଦିରରେ ପାଖରେ ସଂଖୁଡି ଭୋଗ ହୋଇଛି । ସଂଙ୍ଖୁଡି ମହାପ୍ରସାଦରେ ଅବଢା , ଘିଅ ଅନ୍ନ , କାନିକା , ଖେଚୁଡି , ମେଣ୍ଢାମୁଣ୍ଡିଆ , ଅଦା ଓ ହେଙ୍ଗୁ ଖେଚୁଡି , କର୍ମାବାଇ , ଡାଲମା , ବେସର , ମହୁର , ଶାଗ , ପିତା , ଖଟା ସହ ବିଭିନ୍ନ ପ୍ରକାରର ପ୍ରସାଦ ଭୋଗ ଲାଗିଛି ।
ପରମ ପବିତ୍ର ଧାମ ଶ୍ରୀକ୍ଷେତ୍ର ଆଉ ଏହାର କ୍ଷେତ୍ରାଧୀଶ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ କୁହାଯାଉଥିବା ମହାପ୍ରସାଦ ବିଶ୍ୱ ବିଦିତ । ସମସ୍ତ ଦେବୀମନ୍ଦିରରେ ଦେବତାଙ୍କୁ ନିବେଦିତ ନୌବେଦ୍ୟକୁ ପ୍ରସାଦ କୁହାଯାଉଥିବାବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ । ମହାପ୍ରସାଦ ହେଉଛି ପେଟପୁରା ମନମୁତାବକ ଖାଇବା ପ୍ରସାଦ । ବେଦ ବିହିତ ଯଜ୍ଞରେ ଯେଉଁ ଅନ୍ନପାକ ହୋଇ ବ୍ରହ୍ମଙ୍କୁ ଅର୍ପଣ କରାଯାଏ ସେହି ବ୍ରହ୍ମାର୍ପିତ ଅନ୍ନ ହେଉଛି ମହାପ୍ରସାଦ । ପୁରୀ ମନ୍ଦିରରେ ପ୍ରତ୍ୟେହ ରୋଷଘରେ ବେଦୋକ୍ତ ମନ୍ତ୍ରରେ ବୌଷ୍ଣବାଗ୍ନି ଆବାହନ ହୋଇ ସେଥିରେ ଅନ୍ନ ରନ୍ଧାଯାଏ । ଏହି ରନ୍ଦନ ଦ୍ରବ୍ୟ ଦାରୁବ୍ରହ୍ମଙ୍କୁ ସମର୍ପଣ କରାଯାଏ ।
ଏହି ପରମ ପବିତ୍ର ମହପ୍ରସାଦ ସେବନ ସମୟରେ ଆକୁଣ୍ଟିତ ଚିତରେ ନିର୍ମଳ ମନରେ ଆତ୍ମଗର୍ବ ନ ରଖି ସେବନ କଲେ ମହାପୁଣ୍ୟ ମିଳେ । ମହାପ୍ରସାଦ ହେଉଛି ଦୋଷ ରହିତ ତଥା ସର୍ବଭାରତୀୟ ହିନ୍ଦୁ ଜାତିର ଅଭାଦ ଗ୍ରାହ୍ୟ ହେବା ସହିତ ବିଭିନ୍ନ ଜାତିର , ଧର୍ମର ଓ ରାଜଶକ୍ତି ପରମ୍ପରା ଅନୁଯାୟୀ ଏହାର ସେବନ ଧର୍ମପ୍ରବର୍ତନର ଉର୍ଦ୍ଧରେ।
Comments are closed.