www.samajalive.in
Sunday, December 14, 2025
19.1 C
Bhubaneswar

ଶୁଭଲକ୍ଷ୍ମୀଙ୍କ ସଂଘର୍ଷମୟ କାହାଣୀ

ଭୁବନେଶ୍ବର : ମନରେ ନିଷ୍ଠା, ଏକାଗ୍ରତା, ଉତ୍ସାହ ଥିଲେ ସଫଳତାର ଶୀର୍ଷ ଛୁଇଁବା ଅପହଞ୍ଚ ନୁହେଁ। ଯାହାକୁ ପ୍ରମାଣିତ କରିଛନ୍ତି ଅନେକ କ୍ରୀଡ଼ାବିତ୍‌। ସେଥିମଧ୍ୟରୁ ଶୁଭଲକ୍ଷ୍ମୀ ବାରିକ୍‌ ଅନ୍ୟତମ। ପେସାରେ ଜଣେ ବନରକ୍ଷୀ (ଫରେଷ୍ଟ ଗାର୍ଡ) ହୋଇଥିବାବେଳେ ନିଶା ପାଲଟିଛି ରଗ୍‌ବୀ। ନିକଟରେ ଶେଷ ହୋଇଥିବା ଏସୀୟ ମହିଳା ରଗ୍‌ବୀ ସେଭେନ୍‌ରେ ଭାରତୀୟ ଦଳରେ ସ୍ଥାନ ପାଇ ଶୁଭଲକ୍ଷ୍ମୀ ସଫଳତା ଅର୍ଜନ କରିଛନ୍ତି। ନିଜର ବ୍ୟସ୍ତତାମୟ ଡ୍ୟୁଟି, ପରିବାର ଜଞ୍ଜାଳ ମଧ୍ୟରେ ରଗ୍‌ବୀ ଖେଳ ଜାରି ରଖି ଶୁଭଲକ୍ଷ୍ମୀ ଅନ୍ୟ ମହିଳା କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଅଞ୍ଚଳର ଲିଙ୍ଗରାଜ ବାରିକ ଓ ସୁମିତ୍ରା ବାରିକଙ୍କ କନ୍ୟା ଶୁଭଲକ୍ଷ୍ମୀ ଛୋଟବେଳୁ ରଗ୍‌ବୀ ଖେଳ ପ୍ରତି ଆଗ୍ରହ ଥିଲା। ସ୍ଥାନୀୟ ଖେଳ ପଡ଼ିଆରେ ରଗ୍‌ବୀ ଅଭ୍ୟାସ କରି ରାଜ୍ୟ ଦଳ ପକ୍ଷରୁ ଖେଳିବାରେ ସକ୍ଷମ ହୋଇଥିଲେ। କୋଚ ମାନସ ଜେନାଙ୍କ ପ୍ରଶିକ୍ଷଣରେ ଶୁଭଲକ୍ଷ୍ମୀ ରଗ୍‌ବୀ ଖେଳରେ ନିଜକୁ ପାରଙ୍ଗମ କରିବାରେ ଲାଗିଲେ। ରାଜ୍ୟ ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତା ଖେଳିବା ପରେ ୨୦୧୫ ମସିହାରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଜାତୀୟ ଦଳରେ ସ୍ଥାନ ପାଇବା ପରେ ଶୁଭଲକ୍ଷ୍ମୀ ଆଉ ପଛକୁ ଫେରି ଚାହିଁ ନଥିଲେ। ଜଣେ ଫରୱାର୍ଡ ଖେଳାଳି ଭାବେ ଜାତୀୟ ଦଳରେ ନିଜ ସ୍ଥାନକୁ ସୁରକ୍ଷିତ କରି ରଖିବାରେ ସକ୍ଷମ ହୋଇଛନ୍ତି। ଏସୀୟ ଜୁନିୟର ୭ଏ ସାଇଡ୍ ରଗ୍‌ବୀ , ସିନିୟର ୭ ଏ- ସାଇଡ ରଗ୍‌ବୀ ଭଳି ପ୍ରତିଯୋଗିତାରେ ନିୟମିତ ଭା​‌େ​‌ବ ଖେଳି ଆସୁଛନ୍ତି। ବନରକ୍ଷୀ ଚାକିରି କରିଥିବା ଶୁଭଲକ୍ଷ୍ମୀଙ୍କ ପାଇଁ ଖେଳିବାରେ ଅନେକ ସମସ୍ୟା ସୃ​‌ଷ୍ଟି ହେଉଥିଲେ ମଧ୍ୟ ଖେଳଠାରୁ ଦୁରେଇ ଯାଇନାହାନ୍ତି। ଶୁଭଲକ୍ଷ୍ମୀ କୁହନ୍ତି, ବନରକ୍ଷୀ ଚାକିରି କରିବା ପରେ ଅଭ୍ୟାସ ଓ ଖେଳ ପ୍ରତି ଅଧିକ ସମୟ ଦେଇ ହେଉନାହିଁ। ଜାତୀୟ ଶିବିର ହେଉ କି ଭାରତୀୟ ଦଳ ସହ ବିଭିନ୍ନ ପ୍ରତିଯୋଗିତା ଖେଳିବାକୁ ଗସ୍ତ କରିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ମଞ୍ଜୁର ହେଉନାହିଁ। ନିର୍ଦ୍ଧାରିତ ଛୁଟିଠାରୁ ଅଧିକ ଛୁଟି ନେଲେ ଦରମା କଟିଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିବା ସମୟରେ ଛୁଟି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ କିଛି ସୁଫଳ ମିଳୁନାହିଁ। ସମୟ ନ ମିଳିବାରୁ ସକାଳେ ଓ ସନ୍ଧ୍ୟାରେ ଅଭ୍ୟାସ ମଧ୍ୟ ଠିକ୍‌ ଭାବେ କରି ହେଉନାହିଁ । ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯିବା ସମୟରେ ଛୁଟି ମଞ୍ଜୁରୀ କରିବା ନେଇ ଶୁଭଲକ୍ଷ୍ମୀ ଦାବି କରିଛନ୍ତି। ଜଣେ ମହିଳା ବନରକ୍ଷୀ ନିଜର ଡ୍ୟୁଟି କରି ଦେଶ ପାଇଁ ଖେଳି ସୁନାମ ଅର୍ଜନ କରିବା ଭଳି ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥିଲେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯିବା ସମୟରେ ସରକାରୀ ଛୁଟି ମଞ୍ଜୁର ନହେବା ବିଡମ୍ବନାର ବିଷୟ ବୋଲି କ୍ରୀଡ଼ାବିତ୍‌ଙ୍କ ପକ୍ଷରୁ ମତପ୍ରକାଶ ପାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories