ଲୁହା ରଥରେ ବିଦ୍ୟୁତ୍ ତାର ଲାଗି ୨ ମୃତ, ୭ ଗୁରୁତର
ଯାଜପୁର : ଯାଜପୁର ଜିଲା କାଳିଆପାଣି ଥାନା ଟାଟା ମାଇନସ୍ କଲୋନୀ ପରିସରରେ ଗୁରୁବାର ରଥ ଟଣା ବେଳେ ଅଘଟଣ ଘଟିଛି। ଏକ ଲୌହ ନିର୍ମିତ ରଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ସୁଚିତ୍ର ଲେଙ୍କା ଓ ଭରତ ରାୟ। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
Comments are closed.