www.samajalive.in
Saturday, December 13, 2025
27.1 C
Bhubaneswar

ମୁମ୍ବଇ ଜଳପ୍ରଳୟରେ ୨୭ ମୃତ, ଅନେକ ଆହତ

ମୁମ୍ବଇ : ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ମଲାଡ଼ରେ ଏକ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି। ଏହାକୁ ମିଶାଇ ୩୬ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି।
କାନ୍ଥ ଭୁଶୁଡ଼ିବା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ମଧ୍ୟରେ ଭଗ୍ନାବଶେଷ ତଳେ ଫସିରହିଥିବା ଜଣେ ୧୫ ବର୍ଷୀୟା ଝିଅକୁ ଉଦ୍ଧାର କରିବାର ସମସ୍ତ ଉଦ୍ୟମ ବିଫଳ ହୋଇଛି। ୧୨ ଘଣ୍ଟାର ସଂଘର୍ଷ ପରେ ନବାଳିକା ସଞ୍ଚିତା ଗନୋରେଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ତାର ଜୀବନ ଚାଲିଯାଇଥିଲା। ଉଦ୍ଧାର ପରେ ନାବାଳିକାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ମୁମ୍ବଇରେ ସୋମବାର ସକାଳ ସାଢେ ୮ଟାରୁ ମଙ୍ଗଳବାର ସାଢେ ୮ଟା ପର୍ଯ୍ୟନ୍ତ ସବୁଠୁ ଅଧିକ ବର୍ଷା ହୋଇଛି। ଏହା ପୂର୍ବରୁ ୨୦୦୫ ଜୁଲାଇ ୨୬ରେ ଓ ୧୯୭୪ ଜୁଲାଇ ୫ରେ ଏଭଳି ବର୍ଷା ହୋଇଥିଲା।
ପ୍ରବଳ ବର୍ଷା ଯୋଗୁଁ ବିମାନ ସେବା ଓ ଟ୍ରେନ ସେବା ବହୁଳ ଭାବେ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଦୂରଗାମୀ ଟ୍ରେନକୁ ବାତିଲ କରିଦିଆଯାଇଛି। କେତେକ ଟ୍ରେନର ଗତି ପଥରେ ପରିବର୍ତ୍ତନ କରାଯାଇଛି। ସେହିପରି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୫୨ଟି ବିମାନର ଉଡ଼ାଣ ବାତିଲ କରାଯାଇଛି। ୫୪ଟି ବିମାନକୁ ଅନ୍ୟତ୍ର ଅବତରଣ କରାଯାଇଛି। ଅନେକ ଯାତ୍ରୀ ବିମାନ ବନ୍ଦରରେ ଫସି ରହିଛନ୍ତି। ମୁମ୍ବଇରେ ସୋମବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଦାଦର, ସିଓନ, ମାଟୁଙ୍ଗା, ପରେଲ ଏବଂ ୱାଡଲା, ମାହିମ, ସାନ୍ତାକ୍ରୁଜ, ଅନେ୍ଧରୀ, ଯୋଗେଶ୍ୱରୀ, ମଲାଡ, ଦହିସର ଆଦି ସ୍ଥାନର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ରହିଛି। ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଜାରି କରିଛି। ଫଳରେ ଆଗକୁ ପରିସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories