www.samajalive.in
Wednesday, December 10, 2025
18.1 C
Bhubaneswar

ପୂଣ୍ୟତ୍ମା ଗୋପବନ୍ଧୁଙ୍କ ୯୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନେମାଳ: ଓଡିଆ ଜାତିର ଅନନ୍ୟ ସନ୍ଥ, ରାଷ୍ଟ୍ରୀୟ ଭାବଧାରାରେ ଉଦବୁଦ୍ଧ, ପ୍ରତିଟି ଓଡିଆର ଅପହଞ୍ଚ ସେବାରେ ସତତ ନିମଗ୍ନ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କ ନିରଳସ ବ୍ୟକ୍ତିତ୍ୱ ଏକାନ୍ତ ପ୍ରଣିଧାନ ଯୋଗ୍ୟ। ‘ଦାସେ ଆପଣେ’ ଭାବେ ଖ୍ୟାତ ଥିବା ଏହି ମହାନଯୋଗୀ ଓଡିଶାର ଶିକ୍ଷା, ସଂସ୍କୃତି, ଭାଷା, ସାମାଜିକ ବ୍ୟବସ୍ଥା ଓ ପରମ୍ପରା ଆଦିର ଦିବ୍ୟ ସଂସ୍କାର ଆଣିବା ସହ ସମାଜ ଓ ଲୋକସେବକ ମଣ୍ଡଳ ମାଧ୍ୟମରେ ଯେଉଁ ଅଖଣ୍ଡ ଦେଶଭକ୍ତି ସେବା ଓ ତ୍ୟାଗ ପ୍ରଦର୍ଶନ କରିଛନ୍ତି ତାଙ୍କର ଅମର କୀର୍ତୀ ଓ କୃତିରେ ଆଜିର ଯୁବ ସମାଜ ଅନୁପ୍ରାଣୀତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଶାସ୍‍ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ସମାଜ ପାଠକ ମଞ୍ଚ ନିଶ୍ଚିନ୍ତକୋଇଲି ବ୍ଲକ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୯୧ ତମ ଶ୍ରାଦ୍ଧ ଉତ୍ସବ ସାମ୍ବାଦିକ ବିନୟ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ପରିବେଶବିତ୍‍ ପ୍ରମୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ପ୍ରାକ୍ତନ ଏନସିସି ଚିଫ୍‍ ଅଫିସର କୃଷ୍ଣଚନ୍ଦ୍ର ନାୟକ, ବିଶିଷ୍ଠ ଅତିଥି ନୀଳଚକ୍ର ମହିଳା ସଂଗଠନ ସଭାନେତ୍ରୀ ସ୍ନେହଲତା ସିଂ, ମୁଖ୍ୟବକ୍ତା ଭାବେ ଆଇନଜିବୀ ଅମରେନ୍ଦ୍ର ନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଉପେନ୍ଦ୍ରନାଥ ମହାନ୍ତି,ଶିକ୍ଷାବିତ ଭକ୍ତ ଚରଣ ସ୍ୱାଇଁ,ଶିକ୍ଷାବିତ ଶ୍ରୀନିବାସ ମିଶ୍ର ପ୍ରମୁଖ ଯୋଗଦେଇ ଦାସେ ଆପଣେଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ନିକେଶ ଦାସ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶିକ୍ଷାବିତ୍‍ ଲକ୍ଷ୍ମୀନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories