www.samajalive.in
Saturday, December 13, 2025
27.1 C
Bhubaneswar

ମଦ ବୋତଲରେ ଗାନ୍ଧିଜୀଙ୍କ ଫଟୋକୁ ନେଇ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ: ମଦ ବୋତଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନେଇ ରାଜ୍ୟସଭାରେ ମଙ୍ଗଳବାର ହଙ୍ଗାମା ହୋଇଛି। ଆମ ଆଦ୍‌ମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଏହି ପ୍ରସଙ୍ଗ ଉଠାଇ ମଦ ବୋତଲରେ ଗାନ୍ଧିଜୀଙ୍କ ଫଟୋ ଛାପିଥିବା ବିଦେଶୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ କହିଥିଲେ, ବିଦେଶ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀ ଏିହ ପ୍ରସଙ୍ଗ ଉପରେ ଅବଗତ ହୁଅନ୍ତୁ। ଗାନ୍ଧିଜୀ ଜୀବନବ୍ୟାପୀ ମଦକୁ ବିରୋଧ କରିଥିଲେ ଏବଂ ନିଶା ବନ୍ଦ ପାଇଁ ଅଭିଯାନ ଚଳାଇଥିଲେ। ବର୍ତ୍ତମାନ ତାଙ୍କ ଫଟୋକୁ ଅପବ୍ୟବହାର କରାଯାଉଛି। ଏଭଳି ମଦ ବୋତଲକୁ ବଜାରରୁ ହଟାଯାଉ ଏବଂ ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଏଭଳି କମ୍ପାନୀକୁ ବନ୍ଦ କରିବାକୁ ଦାବି କରିଥିଲେ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories