www.samajalive.in
Monday, December 8, 2025
16.1 C
Bhubaneswar

ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡିଶା’ରେ କୃତୀ ଛାତ୍ରଛାତୀଙ୍କୁ ମାନପତ୍ର ପ୍ରଦାନ

ଭୁବନେଶ୍ବର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଜିଲା ଓ ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡିଶା’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲ କଲେଜର ଶହ ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥଲେ । ପ୍ରତିଯୋଗିତା ଶେଷ ପରେ ବିଚାରକ କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ସେମାନଙ୍କୁ ଅତିଥିଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଛି।

- Advertisement -

ଭୁବନେଶ୍ବରରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଶୋକ ଦାଶ (ଓଏଏସ୍), ଶୁଭଶ୍ରୀ ନନ୍ଦ (ଓଏଏସ୍) ଏବଂ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତରେ ‘ସାମ୍ପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି?’ ବିଷୟ ବସ୍ତୁ ଉପରେ ବରିଷ୍ଠ ବିଭାଗର ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ଲ’ ସ୍କୁଲର ଆକାଂକ୍ଷା କବି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ରମାଦେବୀ ମହିଳା ମହାବିଦ୍ୟାଳୟର ସୋନାଲି ସାହୁ ଏବଂ ବିଶ୍ବକସେନ ଦାଶ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି କନିଷ୍ଠ ବିଭାଗରେ ଭୀମଟାଙ୍ଗି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପବିତ୍ର ପଣ୍ଡା, ଓଡିଏମ୍ ପବ୍ଲିକ ସ୍କୁଲର ପ୍ରିୟାଂଶୁ ଷଡଙ୍ଗୀ ଏବଂ ୟୁନିଟ୍-୮ ସରସ୍ବତୀ ବିଦ୍ୟା ମନ୍ଦିରର ସିଦ୍ଧେଶ୍ବର ରାଉତ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧୋତ୍ସବ ଅବସରରେ ‘ଓଜସ୍ବିନୀ ଓଡିଶା’ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭୬ଟି କନିଷ୍ଠ ବିଭାଗ ଓ ୭୬ ଜଣ ବରିଷ୍ଠ ବିଭାଗର ମୋଟ ୧୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଠ ବିଭାଗର ପୁଲିସ ହାଇସ୍କୁଲର ବେନ୍ଦେଲି ସାହା, ଶାସ୍ତ୍ରୀଜୀ ମଡେଲ ସ୍କୁଲର ପ୍ରାଞ୍ଜଲ ପରିମିତା ପରିଡା, ଶାସ୍ତ୍ରୀଜୀ ମଡେଲ ସ୍କୁଲର ଥବିରି ଅଗ୍ରୱାଲ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଶ୍ରଦ୍ଧାପ୍ରକାଶ ନାୟଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟର ବିଜୟ କୁମାର ଦାସ ଓ ଅଜୟ କୁମାର ନାୟକ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ରାଉରକେଲାରେ ମଧ୍ୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଶେଷ ପରେ ବିଚାରକଙ୍କ ଦ୍ବାରା କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories