www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ରିକ୍ସ ନେତାଙ୍କ ବୈଠକରେ ମୋଦୀ: ମାନବିକତା ପ୍ରତି ଆତଙ୍କବାଦ ସବୁଠୁ ବଡ଼ ବିପଦ

ଓସାକା: ଆତଙ୍କବାଦ ମାନବିକତା ଏବଂ ମାନବ ସମାଜ ପ୍ରତି ସବୁଠାରୁ ବଡ଼ ବିପଦ। ଏହା କେବଳ ନିରୀହ ଲୋକମାନଙ୍କୁ ମାରେ ନାହିଁ, ବରଂ ଅର୍ଥନୈତିକ ବିକାଶ ଏବଂ ସାମାଜିକ ସ୍ଥିରତାକୁ ଏହା କ୍ଷତିଗ୍ରସ୍ତ କରିଥାଏ। ତେଣୁ ଆତଙ୍କବାଦ ଏବଂ ଜାତିବାଦକୁ ସମର୍ଥନ କରୁଥିବା ସମସ୍ତ ମାଧ୍ୟମକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୋଦୀ ଜାପାନ ଗସ୍ତରେ ଯାଇଥିବାବେଳେ ଓସାକାଠାରେ ବ୍ରିକ୍ସ(ବ୍ରାଜିଲ, ରୁଷ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ରାଷ୍ଟ୍ରନେତାମାନଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ଅନୌପଚାରିକ ବୈଠକରେ ଏହା କହିଛନ୍ତି।

ଏହି ଅବସରରେ ମୋଦୀ ବ୍ରାଜିଲର ନବନିର୍ବାଚିତ ରାଷ୍ଟ୍ରପତି ଜୈର ବୋଲସୋନାରୋ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବ୍ରିକ୍ସ ପରିବାରକୁ ସ୍ବାଗତ କରିଥିଲେ। ମୋଦୀ ତାଙ୍କ ମନ୍ତବ୍ୟରେ ବିଶ୍ଵ ବାଣିଜ୍ୟ ସଂଗଠନକୁ ସୁଦୃଢ଼ କରିବା, ଶକ୍ତି ନିରାପତ୍ତାକୁ ନିଶ୍ଚିତ କରିବା ଏବଂ ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବା ଲାଗି ଆହ୍ବାନ କରିଥିଲେ। ବିଶ୍ଵ ଅର୍ଥନୀତିରେ ଅସ୍ଥିରତା ଦେଖିବାକୁ ମିଳୁଛି ଏବଂ ଏହା ନିମ୍ନଗାମୀ ହେଉଛି। ଏକପକ୍ଷୀୟତା ଏବଂ ପ୍ରତିଯୋଗିତାମୂଳକ ପରିସ୍ଥିତି ବହୁପକ୍ଷୀୟ ବ୍ୟାପାର ପ୍ରଣାଳୀ ଅଧାରିତ ନିୟମଗୁଡ଼ିକ ଉପରେ ଭାରି ପଡୁଛି ବୋଲି ମୋଦୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories