ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପବ୍ଲିକ ମାଡରେ କଣ୍ଡେକ୍ଟର ଗୁରୁତର

0

ନୀଳଗିରି: ବସ ଭିତରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଅସଦାଚରଣ ଅଭିଯୋଗରେ ବସ କଣ୍ଡେକ୍ଟର ଛାତ୍ରୀଙ୍କ ସର୍ମ୍ପକୀୟମାନେ ନିସ୍ତୁତ ମାଡ ମାରିଛନ୍ତି ।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ତଥା ବରହମପୁର ଥାନା ଅଧୀନ ଶିର୍ଷାସାହିର ଜଣେ ଛାତ୍ରୀ ରବିବାର ରାଜା ନାମକ ବସରେ କଟକରୁ ଘରକୁ ଫେରୁଥିଲେ। ରସ୍ତାରେ ପ୍ରଦୀପ ସାହୁ ନାମକ କଣ୍ଡେକ୍ଟର ବସ ଭିଡଥିବା ସୁଯୋଗରେ ଛାତ୍ରୀଙ୍କୁ ଅସଦାଚରଣ କରିବାରୁ ସେ ପାଣିକୋଇଲି ଛକରେ ଓହ୍ଲାଇ ଯାଇ ସମ୍ପର୍କୀୟଙ୍କୁ ଫୋନ ମାରିଥିଲେ। ଏନେଇ ଶତାଧିକ ଉତ୍ତ୍ୟକ୍ତ ଆଦିବାସୀ ନୀଳଗିରି-କପ୍ତିପଦା ରାସ୍ତାର ଚାପଲସାହି ଛକରେ ଉକ୍ତ ବସକୁ ଅଟକାଇ କଣ୍ଡକ୍ଟରକୁ ମାଡମାରି ଗୁରୁତର କରିଛନ୍ତି। ପରେ ପରେ ସମ୍ପୃକ୍ତା ଛାତ୍ରୀ ଅନ୍ୟ ଏକ ବସରେ ଆସି ଘଟଣାସ୍ଥଳରେ ପହଞ୍ଚି ବୟାନ ଦେବାପରେ ପରିସ୍ଥିତି ଅଣାୟତ ହୋଇଯାଇଛି। ବରହମପୁର ପୁଲିସ ପହଞ୍ଚି ଗୁରୁତର କଣ୍ଡକ୍ଟରକୁ ମେଡିକାଲ ପଠାଇବା ସହ ପୀଡିତାର ବୟାନ ରେକର୍ଡ କରୁଥିବା ଦେଖିବାକୁ ମିଳିଛି। ବସଟି ଅଟକ ରହିଥିବା ବେଳେ ଯାତ୍ରୀମାନେ ହୀନସ୍ତା ହେଉଛନ୍ତି। ତେବେ ଏହି ଘଟଣାକୁ ମିଶାଇ ମାତ୍ର ୧୫ଦିନ ଭିତରେ ନୀଳଗିରି ଅଞ୍ଚଳରେ ୫ଟି ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ହୋଇଥିବା ଜଣାପଡିଛି।

Leave A Reply