ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୨ ବର୍ଷରେ ପରଲୋକ

ନବରଙ୍ଗପୁର : ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ୧୯୧୭ ମସିହା ଜାନୁଆରୀ ୨୮ ତରିଖରେ ମହମ୍ମଦ ବାଜି ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ୧୦ମ ଶ୍ରେଣୀରୁ ହିଁ ପାଠପଢା ଛାଡ଼ି ଦେଶ ସେବାରେ ନିୟୋଜିତ ହୋଇଥିଲେ। ସେ ଅବିବାହିତ ଏବଂ ଜଣେ ଶାକାହାରୀ ଥିଲେ।

Comments are closed.