www.samajalive.in
Saturday, December 13, 2025
23.1 C
Bhubaneswar

ଆଶାରାମଙ୍କ ଜାମିନ ପାଇଁ ୫୦ ଲକ୍ଷର ବୁଝାମଣା କରିଥିବା ଦମ୍ପତି ଗିରଫ

ଜୟପୁର : ଏକ ବଳାତ୍କାର ମାମଲାରେ ଜେଲରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଜାମିନ କରାଇଦେବା ଆଳରେ ୫୦ ଲକ୍ଷ ଟଙ୍କାର ବୁଝାମଣା କରିଥିବା ଓ ଚାକିରି ଦେବା ଆଳରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଦମ୍ପତିକୁ ରାଜସ୍ଥାନ ପୁଲିସ୍‍ ସୋମବାର ଗିରଫ କରିଛି।
କେନ୍ଦ୍ର ଆଇନ ମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା ବୋଲି ପରିଚୟ ଦେଇ ସ୍ୱାମୀ ଜଣକ ଲୋକଙ୍କୁ ଠକୁଥିଲେ ଓ ପତ୍ନୀ ଜଣକ ଏଥିରେ ତାଙ୍କୁ ସହାୟତା କରୁଥିଲେ।

ଅଭିଯୁକ୍ତ ଦମ୍ପତି ୭ ମାସ ମଧ୍ୟରେ ଯୋଧପୁର ଜେଲରେ ୪ ଥର ଆଶାରାମଙ୍କୁ ଭେଟିଛନ୍ତି। ଏସଓଜି ଏଏସ୍‍ପି କରଣ ଶର୍ମା କହିଛନ୍ତି ଯେ ଠକେଇ ଅଭିଯୋଗରେ ନୀତିନ ଏବଂ ସୀକ୍ଷା ଗୁପ୍ତାଙ୍କୁ ପୁଲିସ୍‍ ଗିରଫ କରି ପଚରାଉଚୁରା କରିଥିଲା। ପଚରାଉଚୁରାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଦମ୍ପତିଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ଫୋନ୍‍ କଲର ଯାଞ୍ଚ କରାଯାଉଛି। ଏହାଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ମିଳି ପାରିବ ବୋଲି ଆଶା କରାଯାଉଛି। ନୀତିନ ଆଶାରାମଙ୍କ ଜଣେ ଓକିଲ ସହ ସମ୍ପର୍କରେ ଥିଲା। ଜାମିନ ପାଇଁ ଆଶାରାମ ୫୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ବୋଲି ନୀତିନ ପ୍ରକାଶ କରିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories