www.samajalive.in
Saturday, December 13, 2025
23.1 C
Bhubaneswar

ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର : ଯାଜପୁର ଜିଲାରେ ପଂନି ବାତ୍ୟା ବିପନ୍ନ ମାନଙ୍କୁ ରିଲିପଂ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ସୋମବାର ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅନିୟମିତତା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଏକ ଦାବି ପତ୍ର ଜିଲାପ୍ରଶାସନକୁ ପ୍ରଦାନ କରାଯାଇଛି । କିଷାନ କ୍ଷେତ ମଜଦୂର ସଂଗଠନ ଯାଜପୁର ଜିଲା କମିଟିର ଅତ୍ୟୁତାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶହଶହ ସଂଖ୍ୟକ କିଷାନ ଓ କ୍ଷେତ ମଜଦୂର ସଂଗଠନମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ ରାଲିରେ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ବାତ୍ୟାରେ ଭାଙ୍ଗିଯାଇଥିବା ଘର ଗୁଡ଼ିକୁ ଅବିଳମ୍ବେ କ୍ଷତିପୂରଣ ଯୋଗାଇ ଦେବା, ସମସ୍ତ କଚାଘର ଗୁଡ଼ିକୁ ପକା ଘରରେ ପରିଣତ କରିବା, ଫନି ବାତ୍ୟାରେ ବିପର୍ୟ୍ୟସ୍ଥ ରବି ଚାଷ, ଆମ୍ବ, କାଜୁ, ନଡ଼ିଆ ଓ ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ଅନାବାଦୀ ଜମିରେ ଚାରାରୋପଣ ବନ୍ଦ କରି ଦିର୍ଘଦିନ ଧରି ଚାଷ ବାସ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜମିପଟା ଯୋଗାଇ ଦେବା, ୧୧ଲକ୍ଷ ଆଦିବାସୀ ଲୋକମାନଙ୍କୁ ଜଙ୍ଗଲ ଜମିରୁ ଉଛେଦ ବନ୍ଦ କରାଯିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories