www.samajalive.in
Wednesday, December 10, 2025
14.1 C
Bhubaneswar

ବିଏସ୍‌ଏନ୍‌ଏଲ୍‌ର ଅବସ୍ଥା ଖରାପ , କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅର୍ଥ ନାହିଁ

ନୂଆଦିଲ୍ଲୀ . – ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ର କ୍ଷତି ବଢିବାରେ ଲାଗିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ନିକଟକୁ ଏକ ଜରୁରୀ ପତ୍ର ପଠାଯାଇଛି । ଏଥିରେ କମ୍ପାନୀର କାମ ସ୍ୱଭାବିକ ଭାବେ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରାଯାଇଛି । ଏପରି କି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା କଥା ଦର୍ଶାଯାଇଛି । କ୍ଷତି ଓ ଅର୍ଥର ଅଭାବ ଯୋଗୁଁ  ଜୁନ୍‌ ମାସରେ ପ୍ରାୟ ୮୫୦ କୋଟି ଟଙ୍କା ଦରମା ଦେବା ସମ୍ଭବ ନୁହେଁ ।

କମ୍ପାନୀ ଉପରେ ଏବେ ବି ୧୩ ହଜାର କୋଟି ଟଙ୍କାର ଆଉଟଷ୍ଟାଣ୍ଡିଂ ଲାଇବିଲିଟି ବା ଅର୍ଥ ବାକି ରହିଛି । ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ର କାମ ସ୍ୱଭାବିକ ଭାବେ ଚଳାଇବା ସମ୍ଭବ ହେଉନାହିଁ ।  ବିଏସ୍‌ଏନ୍‌ଏଲ୍‌ର କର୍ପୋରେଟ୍‌ ବଜେଟ୍‌ ଏବଂ ବ୍ୟାକିଂ ଡିଭିଜନ୍‌ର ବରିଷ୍ଠ ପ୍ରବନ୍ଧକ ପୁରନ ଚନ୍ଦ୍ର ଏଥିପାଇଁ ଟେଲିକମ୍‌ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ ପତ୍ର ଲେଖିଛନ୍ତି ।  ପ୍ରତିମାସରେ ରାଜସ୍ୱ ଓ  ବ୍ୟୟରେ ଦୂରତା ବୃଦ୍ଧି ପାଉଥିବାରୁ ବିଏସ୍‌ଏନ୍‌ଏଲ୍‌କୁ ଚଳାଇବା ପାଇଁ ଅସୁବିଧା ହେଉଛି ।

- Advertisement -

ଏବେ ବିଏସ୍‌ଏନ୍‌ଏଲ୍‌ରେ ୧.୭ ଲକ୍ଷ କର୍ମଚାରୀ ରହିଛନ୍ତି । କମ୍ପାନୀଙ୍କୁ ଆର୍ଥିକ ସଙ୍କଟରୁ  ଉଦ୍ଧାର କରିବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories