www.samajalive.in
Monday, December 15, 2025
27.1 C
Bhubaneswar

ପଞ୍ଚମ ଦିନରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟବେଞ୍ଚର ପୁନଃପ୍ରତିଷ୍ଠା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ନିର୍ବାଚନ ସରିବା ପରେ ଗତ ୧୭ ତାରିଖରୁ ଜିଲାପାଳ ଅଫିସ ଆଗରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରିରହିଥିବା ବେଳେ ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି। ଶୁକ୍ରବାର ଜିଲାପାଳ ଅଫିସ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଚେରୀ ଛକରେ ପ୍ରତିକାତ୍ମକ ଭାବେ ରାସ୍ତାରୋକ କରାଯାଇଥିଲା।

ସୂଚନା ଅନୁସାରେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବି ନେଇ ପ୍ରାୟ ମାସଧିକ କାଳ ଧରି ନିର୍ବାଚନ ପୂର୍ବରୁ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି। ଏହାର ପ୍ରଭାବରେ ଦୀର୍ଘଦିନ ଧରି ଜିଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଠପ ହୋଇପଡିଥିଲା। ନିର୍ବାଚନୀ ଆଚରଣ ବିଧି ଉଠିବା ପରେ ପୁଣିଥରେ ଆନ୍ଦୋଳନ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ୧୭ ତାରିଖରୁ ଜିଲାପାଳଙ୍କ ଅଫିସକୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକାରୀମାନେ ଠପ କରିଦେଇଥିବା ବେଳେ ଏହି ଆନ୍ଦୋଳନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ରୋକଠୋକ ଆନ୍ଦୋଳନକାରୀମାନେ ଶୁଣାଇଦେଇଛନ୍ତି। ଶୁକ୍ରବାର ଆନ୍ଦୋଳନର ପଞ୍ଚମ ଦିନରେ ଜିଲାପାଳ ଅଫିସ ଆଗରେ ପ୍ରତିକାତ୍ମକ ଭାବେ ମାନବଶୃଙ୍ଖଳା କରି ରାସ୍ତାରୋକ କରାଯାଇଥିଲା।

- Advertisement -

ଏହା ସହିତ ଆସନ୍ତା ୨୬ରେ ବିଧାନସଭା ଘେରାଓ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଚମ ଦିନରେ ଜିଲା ଓକିଳ ସଂଘ ସଭାପତି ପ୍ରମୋଦ ତ୍ରିପାଠୀଙ୍କ ନେତୃତ୍ୱରେ ଶନିବାର ଏହି ରାସ୍ତାରୋକ କରାଯାଇଥିଲା। ଆଜିର ଏହି ଆନ୍ଦୋଳନରେ ଜିଲା ଓକିଲ ସମ୍ପାଦକ ଅମନ ନାଗ, ବରିଷ୍ଠ ଆଇନଜୀବି ଭବାନୀ ଶତପଥୀ ସମେତ ବହୁ ଆଇନଜୀବି ଉପସ୍ଥିତ ରହିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories