www.samajalive.in
Thursday, December 11, 2025
26.1 C
Bhubaneswar

ସେୟାରଚାର୍ଟର ବନ୍ଧୁ ମିଳନ ‘ଉଲ୍ଲାସ ୨୦୧୯’ ଉଦଯାପିତ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ତଥ୍ୟ, ସୂଚନା ଓ ମନୋରଞ୍ଜନ ଭିତ୍ତିକ ସମ୍ବାଦ ଯୋଗାଇ ଦେଉଥିବା ବହୁଳ ବ୍ୟବହୃତ ଆପ୍ ‘ସେୟାରଚାର୍ଟ’ର ବନ୍ଧୁ ମିଳନ ‘ଉଲ୍ଲାସ’ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ  ହୋଟେଲ ପ୍ରେସିଡ଼େନ୍ସିରେ ରଙ୍ଗାରଙ୍ଗ ପରିବେଶରେ ଆଞ୍ଚଳିକ ଓଡ଼ିଆ ମୋବାଇଲ ଆପ୍ ସେୟାରଚାର୍ଟ ପକ୍ଷରୁ ଆୟୋଜନ କରାଯାଇଥିଲା।

ଏଥିରେ ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ସେୟାରଚାର୍ଟ ବ୍ୟବହାରକାରୀ ଏବଂ ଏହି ଆପକୁ ସୂଚନା ଓ ତଥ୍ୟ ପ୍ରଦାନ କରୁଥିବା ସାମ୍ବାଦିକ ଓ ସହଯୋଗୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ସେୟାରଚାର୍ଟର ବିପ୍ଲବ ସାହୁଙ୍କ ନେତୃତ୍ୱରେ କମ୍ୟୁନିଟି ଏକ୍ସପର୍ଟ ବିଟୁ ଗର୍ତ୍ତିଆ ଏବଂ ଭାଷା ସହାୟକ ଅର୍ଚ୍ଚନା ବଳ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେୟାରଚାର୍ଟ ଓଡ଼ିଶାର ଜନସାଧାରଣଙ୍କ ନିକଟତର ହେବା ସହ ବ୍ୟବହାରକାରୀମାନଙ୍କୁ ନିଜ ଭାଷାରେ  ବିଭିନ୍ନ ସୂଚନା ଆଦାନ ପ୍ରଦାନ କ୍ଷେତ୍ରରେ ଏକ ବୃହତ ମଞ୍ଚ ଯୋଗାଇଛି ଓ ପ୍ରମୁଖ ସ୍ଥାନ ଅଧିକାର କରିଥିବା ସଂସ୍ଥା ମୁଖ୍ୟ କହିଛନ୍ତି। ଅନୁଷ୍ଠିତ ଉତ୍ସବରେ ସମାଜଲାଇଭ ଡଟ୍ ଇନ ପକ୍ଷରୁ ସାମ୍ବାଦିକ ରାଜେଶ ଚନ୍ଦ୍ର ବେହେରା ଓ ତାପସ ନନ୍ଦ ଯୋଗ ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ସେୟାରଚାର୍ଟ ତରଫରୁ ‘ସ୍ପନ୍ଦନ ୨୦୧୮’ ପାଳନ କରାଯାଇଥିଲା

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories