www.samajalive.in
Tuesday, December 9, 2025
19.1 C
Bhubaneswar

ଚନ୍ଦ୍ରବାବୁ ନାଇଡୁଙ୍କୁ ଝଟକା, ବିଜେପିରେ ଯୋଗଦେବେ ୪ ସାସଂଦ !

ନୂଆଦିଲ୍ଲୀ . – ୨୦୧୯ ନିର୍ବାଚନ ପରେ ତେଲୁଗୁଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ ଝଟକା ଲଗିଛି । ଟିଡିପିର ୬ ଜଣ ରାଜ୍ୟ ସଭା ସାସଂଦଙ୍କ ମଧ୍ୟରୁ ୪ ଜଣ ଅଲଗା ହୋଇ ବିଜେପିକୁ ସମର୍ଥନ କରିବେ ବୋଲି ପତ୍ର ଲେଖିଛନ୍ତି । ଏମାନଙ୍କ ମଧ୍ୟରେ ସାସଂଦ ଓ୍ୱାଇଏସ୍‌ ଚୌଧୁରୀ,ସିଏମ୍‌ ରମେଶ. ଗରିକାପତି ଓ ମୋହନ ରାଓ ଅଛନ୍ତି । ଏହି ସମସ୍ତ ସାସଂଦ ବିଜେପିକୁ ସମର୍ଥନ କରିବେ ବୋଲି ପତ୍ରେ ଉଲ୍ଲେଖ କରିଛନ୍ତି ।

ଟିଡିପି ସାସଂଦ ଓ୍ୱାଇଏସ୍‌ ଚୌଧୁରୀଙ୍କୁ ସାମ୍ବାଦିକମାନେ ବିଜେପିରେ ଯୋଗଦେଉଛନ୍ତି କି ପ୍ରଶ୍ନର ଉତ୍ତରରେ ସେ ସକରାତ୍ମକ ଉତ୍ତର ଦେଇଛନ୍ତି । ୬ ଜଣଙ୍କରୁ ୪ ଜଣ ବିଜେପିରେ ଯୋଗଦେଲେ ଆଉ ଦଳ ବଦଳ ଆଇନ ଲାଗୁ ହେବ ନାହିଁ ।
ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ବିଜେପିକୁ ହାରର ସାମ୍ନା କରିବାକୁ ପଡିଥିଲା । ୨୫ ଲୋକସଭା ଆସନ ମଧ୍ୟରୁ ଟିଡିପିକୁ ତିନୋଟିରେ ବିଜୟ ମିଳିଥିବା ବେଳେ ୧୭୫ଟି ବିଧାନସଭା ଆସନରୁ ମାତ୍ର ୨୩ଟିରେ ଦଳୀୟପ୍ରାର୍ଥୀ ବିଜୟଲାଭ କରିଥିଲେ ।
ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କର ଦଳ ଓ୍ୱାଇଏସ୍‌ଆର୍‌ କଂଗ୍ରେସକୁ ପୂର୍ଣ୍ଣବହୁମତ ମିଳିଥିଲା । ବିଧାନସଭାରେ ତାଙ୍କ ଦଳ ୧୫୧ଟି ଆସନରେ ବିଜୟ ଲାଭ କରିଥିଲା। ଜନସେନାର ପ୍ରାର୍ଥୀ ଗୋଟିଏ ଆସନରେ ବିଜୟ ଲାଭ କରିଥିଲା । ମଡିଆ ରିପୋର୍ଟ ଅନୁସାରେ ଏବେ ଚନଦ୍ରବାବୁ ନାଇଡୁ ନିଜ ପରିବାର ସହ ବିଦେଶ ଭ୍ରମଣରେ ଯାଇଛନ୍ତି ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories