www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ଵକପରୁ ବାଦ ପଡ଼ିଲେ ଶିଖର ଧାୱନ, ପନ୍ତ ଦଳରେ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ବାମ ହାତି ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଶତକ ବଳରେ ଭାରତ ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ତେବେ ଧାୱନ ବ୍ୟାଟିଂ କରୁଥିବାବେଳେ ଏକ ବଲ୍‌ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ହାତ ସ୍କାନ କରାଯିବା ପରେ ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଥିଲା। ସୁସ୍ଥ ହେବା ଲାଗି ତାଙ୍କୁ ଅତି କମ୍‌ରେ ୧୦ ଦିନ ସମୟ ଲାଗିବ ବୋଲି କୁହାଯାଇଥିଲା। ଏହି ସମୟ ପରେ ଧାୱନ ଯଦି ଫିଟ୍‌ନେସ ଟେଷ୍ଟରେ ସଫଳ ହୁଅନ୍ତି ତା’ହେଲେ ସେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ନଚେତ ତାଙ୍କ ସ୍ଥାନରେ ପନ୍ତଙ୍କୁ ନିଆଯିବ।

ମାତ୍ର ଏବେ ସ୍ପଷ୍ଟ ହୋଇଯାଇଛି ଯେ, ବିଶ୍ୱକପ୍‌ ଶେଷ ହେବା ପୂର୍ବରୁ ଧାଓ୍ଵନ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରିବେ ନାହିଁ। ଶିଖର ଧାଓ୍ଵନ ସଂମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି କିଛି ସପ୍ତାହ ଲାଗିବ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ଖେଳି ପାରିବା ଅବସ୍ଥାରେ ନାହାନ୍ତି। ତେଣୁ ସେ ଅବଶିଷ୍ଟ ମ୍ୟାଚରେ ଦଳରୁ ବାଦ ପଡ଼ିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories