www.samajalive.in
Monday, December 15, 2025
27.1 C
Bhubaneswar

ନିଜ ଗ୍ରେନେଡରେ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଫୁଲୱାମା ଜିଲାରେ ଜଣେ ଆତଙ୍କବବାଦୀ ମହିଳା ବେଶରେ ଆସି ପୁଲିସ୍‌ ଉପରକୁ ଗ୍ରେନେଡ ଫିଙ୍ଗିବାବେଳେ ନିଜେ ଗ୍ରେନେଡର ଶିକାର ହୋଇ ପ୍ରାଣ ହରାଇଛି। ଗ୍ରେନେଡ ଆକ୍ରମଣରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି । ଆହତ ପୁଲିସ୍‌ କର୍ମୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆତଙ୍କବାଦୀ ମୁସ୍ତାକ ଅହମ୍ମଦ ବୁରଖା ପରିଧାନରେ ମହିଳା ବେଶରେ ଆସି ପୁଲୱାମା ଜିଲାର ତ୍ରାଲ ପୁଲିସ୍‌ ଷ୍ଟେସନ ଉପରକୁ ଗ୍ରେନେଡ କ୍ଷେପଣ କରିଥିଲା । ଗ୍ରେନେଡ ମାଡ଼ରେ କନଷ୍ଟେବଳ ମେହରାଜୁଦ୍ଧିନ ଆହତ ହୋଇଥିଲେ । ଆକ୍ରମଣ ପରେ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ଥାନା ଫାଟକ ନିକଟରେ ଏକ ବିସ୍ଫୋରଣରେ  ଆତଙ୍କବାଦୀ ମୁସ୍ତାକ ଅହମ୍ମଦର ମୃତ୍ୟୁ ଘଟିଥିଲା । କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପୁଲିସ୍‌ର ଦୃଷ୍ଟି ହଟାଇ ଖସିଯିବା ପାଇଁ ଆତଙ୍କବାଦୀ ପକ୍ଷରୁ ଯୋଜନା କରାଯାଇଥିଲା । ଖସିଯିବା ବେଳେ ତାର କେହି ସାଥୀ ବାହାରୁ ଗ୍ରେନେଡ ମାଡ଼ କରିଥିଲା । ମାତ୍ର ସେହି ଗ୍ରେନେଡ ମାଡ଼ରେ ଘଟଣାସ୍ଥଳରେ ଆତଙ୍କବାଦୀ ମୁସ୍ତାକ ଅହମ୍ମଦର ମୃତ୍ୟୁ ଘଟିଥିଲା । ଅର୍ଥାତ ନିଜ ଗ୍ରେନେଡରେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ପ୍ରକାଶ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ପୁଲିସ୍‌ ଉପରକୁ ତିନି ଥର ଆତଙ୍କବାଦୀ ଆକ୍ରମଣ ହୋଇଛି । ରବିବାର ଆତଙ୍କବାଦୀ ଆକ୍ରମଣରେ ୨ ପୁଲିସ୍‌ କର୍ମୀଙ୍କ ମୃତ୍ୟୁ ଘଟିଥିଲା ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories