www.samajalive.in
Monday, December 15, 2025
17.1 C
Bhubaneswar

ପିପିଲି: ଓଲଟିଲା ପିକ୍‌ନିକ ବସ୍‌, ୧୩ ଆହତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ଭୋଗୁଆବାଙ୍କ ଠାରେ ନିୟନ୍ତ୍ରଣ ହରାଇ ଏକ ପିକ୍‌ନିକ୍‌ ବସ୍‌ ରାସ୍ତା ଉପରେ ଓଲଟି ପଡିବା ଫଳରେ ୧୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ୯ଜଣଙ୍କୁ କ୍ୟାପିଟାଲ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତରଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଓ ୧୧ଜଣ ମହିଳା ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନୟାଗଡ ଜିଲା ଦୁରୁଦୁରା ପଞ୍ଚାୟତ ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମର ୧୫ଟି ପରିବାର ଲୋକେ ଭଡାରେ ଏକ ମିନିବସ୍‌ (ଓଆର୍‌ ୦୨ଟି ୩୮୫୫) ଯୋଗେ ୨୪ ତାରିଖ ରାତିରେ ପିକ୍‌ନିକ୍‌ରେ ବାହାରିଥିଲେ। ୨୫ ତାରିଖରେ ସେମାନେ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ପରେ କାଳିଜାଇ ଠାରେ ରାତ୍ରି ଯାପନ କରି ୨୬ ତାରିଖ ସକାଳେ ପୁରୀରେ ପହଞ୍ଚିଥିଲେ। ସେଠାରେ ସେମାନେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ପୁନର୍ବାର ନନ୍ଦନକାନନ ବୁଲିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ୧୦ମିନିଟ୍‌ ସମୟରେ ଦାଣ୍ଡମୁକୁନ୍ଦପୁର ଭୋଗୁଆବାଙ୍କ ଛକ ଠାରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୌଣସି କାରଣରୁ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡର ଉପରକୁ ଚଢିଯିବା ପରେ ରାସ୍ତା ଉପରେ ବାମପଟକୁ ଓଲଟି ପଡିଥିଲା। ଫଳରେ ବସ୍‌ ମଧ୍ୟରେ ଥିବା ସୁବର୍ଣ୍ଣା ସାହୁ(୬୦), ଶଶି ସାହୁ (୬୦), ଶକୁନ୍ତଳା ଜେନା (୨୨), ମିଲି ରାଉତ (୨୮), ଲିଲି ସାହୁ(୩୫), ସୁମା ପ୍ରଧାନ(୪୦), ଅଚ୍ୟୁତ ସ୍ୱାଇଁ (୭), କୋଲଣା ଦଳାଇ (୫୦), ଗେଲି ପ୍ରଧାନ (୪୫), ରୋଜି ନାୟକ (୧୦), ଲକ୍ଷ୍ମୀ ପ୍ରଧାନ (୩୮), ପଦ୍ମା ଦଳାଇ (୬୦), ବିଳାସ ଦେଇ (୫୦) ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ବସ୍‌ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିପିଲି ହସପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଥିବା ସୁମା ପ୍ରଧାନ, ଲିଲି ସାହୁ, ପଦ୍ମା ଦଳେଇ, ଅଚ୍ୟୁତ ସ୍ୱାଇଁ, ଶକୁନ୍ତଳା ଜେନା, ସୁବର୍ଣ୍ଣା ସାହୁ, ଗେଲି ପ୍ରଧାନ, ଶଶୀ ସାହୁ ଓ ବିଳାସ ଦେଇଙ୍କୁ କ୍ୟାପିଟାଲ୍‌ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ଖବର ପାଇ ପିପିଲି ଏସ୍‌ଡିପିଓ ଦିଲିପ ତ୍ରିପାଠୀ ଓ ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି। ଦୁର୍ଘଟଣା ଯୋଗୁଁ ପ୍ରାୟ ୫୦ମିନିଟ୍‌ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପୁଲିସ ଗାଡି ଚଳାଚଳକୁ ନିୟନ୍ତ୍ରଣ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories