ବାଥ ଟବ୍ରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ: ଶବ ବ୍ୟବଛେଦ ରିପୋର୍ଟ
ଦୁବାଇ: ବାଥ ଟବରେ ବୁଡିବାରୁ ଶ୍ରୀଦେବୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଦୁବାଇରେ କରାଯାଇଥିବା ଶବ ବ୍ୟବଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତାଙ୍କ ଶରୀରରୁ ଅଳ୍ପ ମାତ୍ରାରେ ଆଲକହଲ ମିଳିଥିବା ଦୁବାଇର ଏକ ଖବର ପ୍ରସାରଣ ସଂସ୍ଥାରେ ଉଲ୍ଲେଖ କରାଯାଇଛି । ହୃଦଘାତ ହେବାରୁ ସେ ବାଥ୍ଟବରେ ପଡିଯାଇଥିଲା । ସେଠାରେ ତାଙ୍କର ମୃତ୍ୟ ହୋଇଥିଲା ବୋଲି ଏହି ରିପୋର୍ଟରୁ ଜଣା ପଡିଛି । ରିପୋର୍ଟରେ ଆକ୍ସିଡେଣ୍ଟାଲ ଡ୍ରାଉନିଂ ବା ଦୁର୍ଘଟଣା ଯୋଗୁଁ ମୃତ୍ୟ ହୋଇଥିବା ଜଣା ପଡିଛି ।