www.samajalive.in
Tuesday, December 9, 2025
23.1 C
Bhubaneswar

ପୁଲିସର ୩ୟ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଆହତ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହିମୁଣ୍ଡା ଛକ ଠାରେ ଏକ ପୁଲିସ ଏନକାଉଣ୍ଟର କୁଖ୍ୟାତ ଅପରାଧୀ ସିତାରାମ ରଣା ଆହତ ହୋଇଥିବା ଜଣାପଡିଛି। ଆହତ ସୀତାରାମକୁ ପୁଲିସ ଧରିବା ପାଇଁ ଦୀର୍ଘ ସମୟ ହେଲା ଜାଲ ବିଛାଇଥିବା ବେଳେ ରବିବାର ବିଲମ୍ବିତ ରାତ୍ରିରେ ପୁଲିସ ଗୁଳିରେ ଆହତ ହୋଇଥିବା ସୂଚନା ମିଲିଛି । ପ୍ରାପ୍ତ ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁହେଲ ଗାଁର  ସୀତାରାମ ରଣା(୪୧) ଗତ ୨୦ ବର୍ଷ ହେଲା ଅନେକ ଅପରାଧିକ ମାମଲାରେ ସଂପୃକ୍ତ ରହି ଅଞ୍ଚଳରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିଲା। ସୀତାରାମ ନାଁରେ ବିଭିନ୍ନ ପୁଲିସ ଥାନା ମାନଙ୍କରେ ବହୁ ମାମଲା ରହିଥିବା ବେଳେ ୩ ମାସ ତଳେ ପୁଇଁନ୍ତଲା ଥାନାରେ ଏକ ମାଇକ୍ରୋଫାଇନାନ୍ସ ଏଜେଣ୍ଟ ଠାରୁ ହୋଇଥିବା ଲୁଟ ମାମଲାରେ ମଧ୍ୟ ସୀତାରାମର ସଂପୃକ୍ତି ଥିବା ସନ୍ଦେହରେ ପୁଇଁନ୍ତଲା ପୁଲିସ ତାକୁ ଧରିବା ପାଇଁ ଜଳା ବିଛାଇଥିଲା। ରବିବାର ବିଲମ୍ବିତ ରାତ୍ରିରେ ସୀତାରାମ ନିଜ ହିରୋ ସିଡି ଡିଲକ୍ସ ବାଇକ (ନଂ ଓଡି ୧୭ଡି ୬୩୨୬)ରେ ଅର୍ଜୁନପୁର ପଟୁ ନିଜ ଗାଁକୁ ଫେରୁଥିବା ସମୟରେ ମହିମୁଣ୍ଡା ଛକ ଠାରେ ପୁଲିସ ଧରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ଥିବା ସୂଚନା ପାଇ ସୀତାରାମ ନିଜ ଗାଡି ଛାଡିଦେଇ ଦୈାଡି ପଲାଇବାରେ ଲାଗିଥିଲା। ପୁଲିସ ତାକୁ ପିଛା କରିବା ସମୟରେ ସେ ରଖିଥିବା ପିସ୍ତଳରେ ପୁଲିସକୁ ଗୁଳି ଚଲାଇଥିଲା। ପୁଲିସ ପକ୍ଷରୁ ମଧ୍ୟ ସୀତାରାମ ଉପରକୁ ଗୁଳି କରାଯାଇଥିବା ବେଳେ ତାର ବାମ ଗୋଡରେ ଗୁଳି ବାଜି ସେ ଆହତ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ସୀତାରାମକୁ ଆହତ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିଲା। ତେବେ ସୀତାରାମ ନାଁରେ ଜିଲା ତଥା ଜିଲା ବାହାରର ଅନେକ ଲୁଟ, ହତ୍ୟା, ଛିନତାଇ, ଡକାୟତି ମାମଲା ରହିଥିବା ପୁଲିସ ପ୍ରାଥମିକ ସୂଚନାରୁ ଜାଣିବାକୁ ପାଇଛି।ଏହା ସହିତ ପୁଲିସ ସୀତାରାମ ପାଖରୁ ପିସ୍ତଳ, ଖୋକା, ମୋବାଇଲ ଓ ବାଇକ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।

- Advertisement -

ସୀତାରାମ ଗତ ୨୫ ବର୍ଷ ହେଲା ଅପରାଧୀକ କାର୍ଯ୍ୟକଳାପ ଚଲାଇଥିବା ବେଳେ ଅଞ୍ଚଳରେ ହେଉଥିବା ଡକାୟତି, ଚୋରୀ, ଲୁଟ ଘଟଣା ମାନଙ୍କରେ ବାହାରୁ ଅପରାଧୀ ଡକାଇ କାମ କରାଉଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ତଦନ୍ତ ଚାଲିଥିବା ବେଳେ ସୀତାରାମ ଲିଙ୍କରେ ଥିବା ସମସ୍ତ ଅପରାଧୀଙ୍କୁ ପୁଲିସ ଖୁବଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି। ସୂଚନା ଯୋଗ୍ୟ ଯେ ପୁଇଁନ୍ତଲା ଥାନା ଅଞ୍ଚଳରେ ବିଗତ କିିଛି ବର୍ଷ ଭିତରେ ଅନେକ ହତ୍ୟା, ଡକାୟତି, ଚୋରୀ, ଲୁଟ ମାମଲା ହୋଇଥିବା ବେଳେ ପୁଲିସ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିଲା। ଯାହାକୁ ନେଇ ଗତ କିଛି ମାସ ଭିତରେ ଏହି ଥାନା ଅଧିକାରୀ ପଦବୀରେ ଏକାଧୀକ ବାର ଫେରବଦଲ କରାଯାଇଥିଲା। ପୂର୍ବରୁ ଏହି ଥାନାରେ ବିରଲ ଚନ୍ଦ୍ର ସହିସ ରହିଥିବା ବେଳେ ତାଙ୍କୁ ବଦଲାଇ ପରବର୍ତ୍ତୀ ସମୟରେ ଅନନ୍ତ ପଧାନଙ୍କୁ କିଛି ମାସ ପାଇଁ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ଅନନ୍ତ ପଧାନଙ୍କୁ ବଦଲି କରାଯାଇ ତାଙ୍କ ସ୍ଥାନରେ ଜଣେ ମହିଲା ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଗତ କିଛି ଦିନ ପୂର୍ବରୁ ପୁଣି ଥରେ ଥାନା ଅଧିକାରୀଙ୍କୁ ବଦଳ କରାଯାଇ ସଂଗ୍ରାମ ପଟ୍ଟନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଏନକାଉଣ୍ଟର ଘଟନା ପରେ ପୁଇଁନ୍ତଲା ପୁଲିସର ଛବି ବଦଲିବ ନା ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories