www.samajalive.in
Monday, December 15, 2025
15.1 C
Bhubaneswar

ଫେରିଲେ ମୋଦି: ସୀମାରେ ଶାନ୍ତି ପାଇଁ ସହମତି

ନୂଆଦିଲ୍ଲୀ: ଦୁଇଦିନିଆ ଚୀନ୍‍ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରୁଛନ୍ତି। ଗସ୍ତକୁ ଅନୌପଚାରିକ କୁହାଯାଉଥିଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ବିଶେଷକରି ଦ୍ୱିପାକ୍ଷିକ ଶାନ୍ତି,ସହାବସ୍ଥାନ, ବାଣିଜ୍ୟ, ସଂସ୍କୃତି ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି କହିଛନ୍ତି। ଦୁଇ ଦେଶର ସୀମାରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମନ ପାଇଁ ଉଦ୍ୟମକୁ ଉଲ୍ଲେଖନୀୟ ବୋଲି କୁହାଯାଉଛି। ସୀମାରେ ଶାନ୍ତି ରକ୍ଷା ପାଇଁ ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଡୋକଲାମ୍‍ ବିବାଦ ଦୃଷ୍ଟିରୁ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଥିଲା। ସୀମା ବିବାଦ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା ହୋଇ ନ ଥିଲେ ହେଁ ସେନାବାହିନୀକୁ ଶାନ୍ତି ରକ୍ଷା ପାଇଁ ନିର୍ଦେଶ ଦିଆଯିବ ବୋଲି ମୋଦି ଓ ଜିନ୍‍ପିଙ୍ଗ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories