www.samajalive.in
Friday, December 12, 2025
14.1 C
Bhubaneswar

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଦିଲ୍ଲୀ ଏମ୍‌ସରେ ଓପିଡ଼ି ବନ୍ଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତା ମେଡିକାଲ କଲେଜରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ଡାକ୍ତରଙ୍କ ପକ୍ଷରୁ ବିରୋଧ କରାଯାଇଛି। ଦିଲ୍ଲୀ ଏମ୍‌ସ ସହିତ ସମସ୍ତ ସରକାରୀ ଏବଂ ଘରୋଇ ମେଡିକାଲର ଡାକ୍ତରମାନେ ଏହା ପ୍ରତିବାଦରେ ଶୁକ୍ରବାର ଦିନକ ପାଇଁ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିଲ୍ଲୀ ଏମ୍‌ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ସହିତ ଦିନକ ପାଇଁ ବହିର୍ବିଭାଗ(ଓପିଡି) ଚିକିତ୍ସା ସେବା ବନ୍ଦ କରିଦେଇଛନ୍ତି। ଏହା ଦ୍ବାରା ଓପିଡ଼ି ସମେତ ଜରୁରିକାଳୀନ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ରାୟପୁର ଏମ୍‌ସର ଡାକ୍ତରମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବାକୁ ଘୋଷଣା କରିଛି।

ଦିଲ୍ଲୀ ମେଡିକାଲ ଆସୋସିଏଶନ ପକ୍ଷରୁ ଦିଲ୍ଲୀସ୍ଥିତ ସରକାରୀ ଏବଂ ଘରୋଇ ହସ୍ପିଟାଲ, କ୍ଲିନିକ ଓ ନର୍ସିଂହୋମ୍‌କୁ ପତ୍ର ଲେଖି ଦେଶବ୍ୟାପୀ ମେଡିକାଲ ବନ୍ଦକୁ ସମର୍ଥନ କରିବାକୁ କୁହାଯାଇଛି। ଆସୋସିଏଶନ ଅଧ୍ୟକ୍ଷ ତଥା ଦିଲ୍ଲୀ ମେଡିକାଲ କାଉନସିଲର ସଚିବ ଡା. ଗିରୀଶ ତ୍ୟାଗୀ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଜଣେ ଡାକ୍ତର ୧୫ରୁ ୧୬ ଘଣ୍ଟା ହସ୍ପିଟାଲରେ ବସି ୩୦୦ରୁ ୫୦୦ ରୋଗୀଙ୍କ ଚିକିତ୍ସା କରୁଛି। କିନ୍ତୁ ଡାକ୍ତରଙ୍କୁ ମାରପିଟର ଶିକାର​‌ ହେବାକୁ ପଡ଼ୁଛି। ସେ କହିଥିଲେ ଯେ, କୋଲକାତା ମେଡିକାଲ କଲେଜରେ ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣ ଚିକିତ୍ସା କ୍ଷେତ୍ରରେ ଚିନ୍ତାଜନକ ଘଟଣା।

- Advertisement -

ସୂଚନାଯୋଗ୍ୟ, ଏନଆରଏସ୍‍ ହସ୍ପିଟାଲରେ ଜଣେ ଜୁନିୟର ଡାକ୍ତରଙ୍କୁ ଡାକ୍ତରଖାନା ପରିସରରେ କେତେଜଣ ଲୋକ ପିଟିଥିଲେ। ଫଳରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଡାକ୍ତରମାନେ ଧର୍ମଘଟ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଷଡ଼ଯନ୍ତ୍ରର ଆଖ୍ୟା ଦେଇଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories