www.samajalive.in
Friday, December 12, 2025
14.1 C
Bhubaneswar

ସୁନ୍ଦର ପିଚାଇଙ୍କ ଭବିଷ୍ୟବାଣୀ; କହିଲେ ଏହି ୨ ଟିମ୍‌ ମଧ୍ୟରେ ହୋଇପାରେ ବିଶ୍ଵକପ୍‌ ଫାଇନାଲ ମ୍ୟାଚ

ୱାଶିଂଟନ: ୨୦୧୯ କ୍ରିକେଟ ବିଶ୍ଵକପ୍‌କୁ ନେଇ ବିଶ୍ଵବ୍ୟାପୀ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ଲିଗ୍‌ ପର୍ଯ୍ୟାୟ ଚାଲିଥିବାବେଳେ ସେମିଫାଇନାଲ ଏବଂ ଫାଇନାଲକୁ କେଉଁ ଟିମ୍‌ ଯିବେ ତାହା କହିବା ମୁସ୍କିଲ। କିନ୍ତୁ ଏହା ମଧ୍ୟରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏ ନେଇ ଭବିଷ୍ୟବାଣୀ କରିଛନ୍ତି। କେଉଁ ୨ଟି ଦଳ କ୍ରିକେଟ ବିଶ୍ଵକପ୍‌ ଫାଇନାଲ ମ୍ୟାଚକୁ ଯିବେ ସେ ନେଇ ପିଚାଇ ମତ ରଖିଛନ୍ତି। ସେ ଏହାର ଭବିଷ୍ୟବାଣୀ କରି କହିଛନ୍ତି, ଭାରତ ଏବଂ ଇଂଲଣ୍ଡ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇପାରେ।

ଭାରତ ଏବଂ ଆମେରିକା ବ୍ୟବସାୟକୁ ନେଇ ଆୟୋଜିତ ଇଣ୍ଡିଆ ଆଇଡିଆଜ୍‌ କାର୍ଯ୍ୟକ୍ରମରେ ସୁନ୍ଦର ପିଚାଇ କହିଛନ୍ତି, ଯଦି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଏ, ତେବେ ସେ ବିରାଟଙ୍କ ବାହିନୀକୁ ସମର୍ଥନ କରିବେ। ନିଜକୁ କ୍ରିକେଟର ବଡ଼ ପ୍ରଶଂସକ କହୁଥିବା ପିଚାଇ କହିଛନ୍ତି, ଯେତେବେଳେ ସେ ଆମେରିକା ଆସିଥିଲେ ତାଙ୍କୁ ବେସ୍‌ବଲ ବହୁତ ଚ୍ୟାଲେଜିଂ ଲାଗୁଥିଲା। କାର୍ଯ୍ୟକ୍ରମରେ ୟୁଏସଆଇବିସି ସଭାପତି ନିଶା ଦେଶୱାଲଙ୍କ ତରଫରୁ ବିଶ୍ଵକପ୍‌ ଫାଇନାଲକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଆଇସିସି ବିଶ୍ଵକପ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ହେବା ଦରକାର। କିନ୍ତୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ ମଧ୍ୟ କମଜୋର ନୁହନ୍ତି ବୋଲି ପିଚାଇ କହିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories