www.samajalive.in
Tuesday, December 9, 2025
17.1 C
Bhubaneswar

ସୁନିଲ୍‌ଙ୍କୁ ନିନ୍ଦା

ମୁମ୍ବଇ : କମେଡିଆନ୍ ସୁନୀଲ୍ ଗ୍ରୋଭରଙ୍କ କରିସ୍ମା ଇତିମଧ୍ୟରେ ନିକଟରେ ମୁକ୍ତିଲାଭ କରିଥିବା ‘ଭାରତ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ସୁଲତାନ୍ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କେଫ୍‌ଙ୍କ ପରି କଳାକାରଙ୍କ ସହ ସେ ଏଥିରେ କାମ କରିବାର ସୁଯୋଗ ପାଇଛନ୍ତି। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକ ମହଲରେ ଖୁବ୍ ପସନ୍ଦ କରାଯାଇଛି। ନିକଟରେ ଏକ ସାକ୍ଷାତକାର୍‌ରେ ସୁନିଲ୍ ଏଇ ଚଳଚ୍ଚିତ୍ର ସୁଟିଂ ବେଳର କଥା କହିଛନ୍ତି। ପଞ୍ଜାବରେ ଚଳଚ୍ଚିତ୍ରର କେତୋଟି ଭାଗର ସୁଟିଂ ଚାଲିଥାଏ। ସୁନୀଲ୍ ଗ୍ରୋଭର୍୍‌ଙ୍କର ଏହା ଜନ୍ମସ୍ଥାନ, ଏଣୁ ବନ୍ଧୁବାନ୍ଧବ ସମସ୍ତେ ‘ଭାରତ’ ସୁଟିଂ ବିଷୟରେ ଜାଣିପାରିଲେ। ସମସ୍ତଙ୍କର ଗୋଟିଏ ଅନୁରୋଧ ଥିଲା ଯେ ସୁନୀଲ୍ ଯେପରି ହେଉ ସେମାନଙ୍କୁ ସୁଯୋଗ ଦେଉ ସଲମାନ୍‌‌ଙ୍କ ସହ ସେଲ୍‌ଫିଟିଏ ଉଠାଇବା ପାଇଁ? ହ୍ବାଟସ୍‌ ଆପ୍ ଗ୍ରୁପ୍‌ରେ ରୀତିମତ ସୁନିଲଙ୍କୁ ବନ୍ଧୁବାନ୍ଧବମାନେ ଏ କଥା କହୁଥାନ୍ତି। ସୁନିଲ୍ କିନ୍ତୁ ସ୍ପଷ୍ଟ କହିଲେ ଯେ ଏହା ସମ୍ଭବ ନୁହେଁ। ଏ ଭିତରେ କିନ୍ତୁ ସୁନିଲ୍‌ଙ୍କ କକାପୁଅ ଭାଇ ଚତୁରତାର ସହ ଦିନେ ସେଟ୍‌କୁ ଆସି ସମସ୍ତଙ୍କ ସହ ବନ୍ଧୁତା ଜମାଇ ଦବଙ୍ଗ ଖାନ୍‌ଙ୍କ ସହ ସେଲ୍‌ଫି ଉଠାଇ ହ୍ବାଟସ୍‌ ଆପ୍ ଗ୍ରୁପ୍‌ରେ ପୋଷ୍ଟ କରିଦେଲେ। ବାସ୍‌, ଏଇ ଘଟଣା ପରଠାରୁ ଅନ୍ୟ ସବୁ ସମ୍ପର୍କୀୟ ସୁନୀଲ୍‌ଙ୍କୁ ଗାଳି ଦେବାରେ ଲାଗିଛନ୍ତି। ବିଚରା ସୁନୀଲ ବା କ’ଣ କରିପାରିବେ ଏଭଳି ପରିସ୍ଥିତିରେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories