www.samajalive.in
Wednesday, December 10, 2025
23.1 C
Bhubaneswar

ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍‌ସ୍‌: କ୍ରସ ଓଭର ମ୍ୟାଚ ଆଜି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମ ହକି କ​‌େ​‌ମ୍ପ୍ଲକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ବୁଧବାର ସପ୍ତମ ଓ ଅଷ୍ଟମ ସ୍ଥାନ ସହ ଦୁଇଟି କ୍ରସ ଓଭର ମ୍ୟାଚ ଖେଳାଯିବ। ଉଜ୍‌ବେକିସ୍ତାନ ଓ ମେକ୍ସିକୋ ମଧ୍ୟରେ ସପ୍ତମ ଓ ଅଷ୍ଟମ ସ୍ଥାନ ଲାଗି ସକାଳ ୮ଟା୪୫​‌େ​‌ର ମ୍ୟାଚ ଖେଳାଯିବ। ସେହିପରି ଅପରାହ୍ଣ ୫ଟାରେ ପ୍ରଥମ କ୍ରସ ଓଭର ମ୍ୟାଚ ଜାପାନ ଓ ପୋଲାଣ୍ଡ ମଧ୍ୟରେ ଖେଳାଯିବାବେଳେ ଦ୍ବିତୀୟ କ୍ରସ ଓଭର ମ୍ୟାଚ ରାତି ୭ଟା୧୫ରୁ ଦକ୍ଷିଣ ଆଫ୍ରିକା ଓ ରୁଷିଆ ମଧ୍ୟରେ ଖେଳାଯିବ। ଜାପାନ ଓ ପୋଲାଣ୍ଡ ମ୍ୟାଚର ବିଜେତା ୧୪ରେ ଭାରତ ସହିତ ପ୍ରଥମ, ଦକ୍ଷିଣଆଫ୍ରିକା ଓ ରୁଷିଆ ମ୍ୟାଚର ବିଜେତା ଆମେରିକା ସହିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଗ୍ରୁପ୍‌ ‘ବି’ ରେ ସ୍ଥାନ ପାଇଥିବା ଜାପାନ ଲିଗ୍‌ ପର୍ଯ୍ୟାୟରେ ୩-୧ ଗୋଲରେ ମେକ୍ସିକୋକୁ, ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଆମେରିକା ସହିତ ୨-୨ଗୋଲ ବରାବର ରଖି ଗ୍ରୁପ୍‌ର ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଗ୍ରୁପ୍‌ ‘ଏ’ ରେ ସ୍ଥାନ ପାଇଥିବା ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଥିବାବେଳେ ୧-୩ ଗୋଲରେ ଭାରତ ଓ ୩-୨ ଗୋଲରେ ରୁଷିଆ ନିକଟରୁ ପରାଜିତ ହୋଇଥିଲା। ପୋଲାଣ୍ଡ ୪-୦ ଗୋଲ​‌େ​‌ର ଉଜ୍‌ବେକିସ୍ତାନକୁ ପରାସ୍ତ କରିଥିବାବେଳେ ୨-୩ ଗୋଲରେ ରୁଷିଆ ଓ ୩-୧ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା। ମ୍ୟାଚ ଲାଗି ସମସ୍ତ ଦଳ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories