www.samajalive.in
Wednesday, December 10, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ଥମୁନି ହିଂସା ; ୭୨ ଘଣ୍ଟାରେ ୮ ଜଣଙ୍କୁ ହତ୍ୟା

କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଥରୁନି । ଶନିବାର ବଶିରହାଟ ହିଂସାକାଣ୍ଡରେ ୪ ଜଣଙ୍କ ହତ୍ୟା ପରେ ରବିବାର ଓ ସୋମବାର ବିଜେପି ଏବଂ ଆରଏସଏସ ର ଦୁଇ କର୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର କରାଯାଇଥିଲା। ସେହିପରି ସୋମବାର ରାତିରେ ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରା ଅଞ୍ଚଳରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକମାନେ ଟିଏମସିର କର୍ମୀ ବୋଲି ଜଣାପଡିଛି । ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସେମାବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ କିଛି ଅଜ୍ଞାତ ଯୁବକ ସେଠାରେ ଦେଶୀ ବୋମା ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ପରେ କେତେକଙ୍କ ଘରୁ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ବାସୀନ୍ଦା ଭୟଭୀତ ହୋଇ ପଡିଛନ୍ତି । ପ୍ରଶାସନ ଠାରୁ ସାହାଯ୍ୟ ଆଶା ରଖିଛନ୍ତି । ପୁଲିସ ଏହି ମାମଲାର ଛାନଭିନ୍ ଚଳାଇଛି ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories