www.samajalive.in
Sunday, December 7, 2025
26.1 C
Bhubaneswar

ଅଯୋଧ୍ୟାରେ ପଭୁ ଶ୍ରୀରାମଙ୍କ ପ୍ରତିମାର ଅନାବରଣ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାର ଗବେଷଣା କେନ୍ଦ୍ରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଅନାବଣ କରିଛନ୍ତି। ଏହାସହ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ଏବଂ ମଣିରାମ ଦାସ ଛାୱନିର ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଜନ୍ମୋତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ସେ ଅଯୋଧ୍ୟା ବିକାଶ ସମ୍ପର୍କିତ ସମସ୍ତ ଯୋଜନାର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱାଗତ ପାଇଁ ଅଯୋଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏପଟେ ରାମନଗରିରେ ପ୍ରସ୍ତାବିତ ବିଶ୍ୱର ସବୁଠୁ ଉଚ୍ଚ ୨୨୧ ମିଟରର ଶ୍ରୀରାମ ମୂର୍ତ୍ତି ସ୍ଥାପନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ନୋଟିସ୍‍ ଜାରି କରାଯାଇଛି। ଏହି ମୂର୍ତ୍ତି ସ୍ଥାପନ ପାଇଁ ସରାୟୁ ନଦୀ କୂଳରେ ଲୋକଙ୍କ ୨୮.୨୮୬୪ ହେକ୍ଟର ଜମି ଅଧିଗ୍ରହଣ କରାଯିବ। ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ପାଇଁ ଯୋଗୀ ସରକାର ୨୦୦ କୋଟି ଟଙ୍କା ବଜେଟକୁ ମଞ୍ଜରୀ ଦେଇଛି। ପ୍ରକାଶ ଯେ ବିଶ୍ୱର ସବୁଠୁ ବଡ଼ ମୂର୍ତ୍ତି ଷ୍ଟାଚୁ ଅଫ ୟୁନିଟର ଉଚ୍ଚତା ହେଉଛି ୧୮୨ ମିଟର।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories