www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ ଧଳା ରଙ୍ଗର ପ୍ରୟୋଗ ଓ ଏହାର ଫଳ

ଧବଳ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଏହି ରଙ୍ଗର ପ୍ରୟୋଗ ଫଳରେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ।  ଜାଣନ୍ତୁ ରାଶି ଅନୁଯାୟୀ, ଧଳା ରଙ୍ଗର କ’ଣ ପ୍ରଭାବ ରହିଛି ….
ମେଷ ରାଶି – ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗ ଆଶୀର୍ବାଦ ଭଳି କାର୍ଯ୍ୟ କରେ। ଜୀବନରେ କୌଣସି ପ୍ରକାରର ଅସୁବିଧା ଦେଖାଦେଲେ ଏହି ରାଶିର ବ୍ୟକ୍ତିମାନେ ଅଧିକ ଧଳାରଙ୍ଗର ପ୍ରୟୋଗ କରିବା ଉଚିତ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ଧଳା ରଙ୍ଗ ପରିଧାନ କଲେ ସାମାନ୍ୟ ଥଣ୍ଡା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର କେତେକ ସମୟରେ ଏହି ରଙ୍ଗ ପରିଧାନ କରିପାରିବେ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗ ପରିଧାନ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗ ପରିଧାନ କରିବା ଦ୍ୱାରା ମନ ଭଲ ରହିଥାଏ। ନିୟମିତ ଧଳା ରଙ୍ଗ ପିନ୍ଧିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ କର୍ମକ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଧଳା ରଙ୍ଗ ମଧ୍ୟମ ଧରଣର ଫଳ ଦେଇଥାଏ। କର୍ମକ୍ଷେତ୍ର ଓ ଯାତ୍ରା କରିବା ସମୟରେ ଏହି ରଙ୍ଗ ପରିଧାନ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ। ଧାର୍ମିିକ କାର୍ଯ୍ୟରେ ମଧ୍ୟ ଏହି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଧଳା ରଙ୍ଗ ମଧ୍ୟମ ଧରଣର ଫଳ ଦେଇଥାଏ। ଅଧିକ ଧଳା ରଙ୍ଗର ବ୍ୟବହାର ଏମାନଙ୍କୁ ଅଧିକ ଅଳସୁଆ କରି ଦେଇଥାଏ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ମାନେ ଧଳାର ରଙ୍ଗର ପ୍ରୟୋଗ କରିବା ଫଳରେ କାର୍ଯ୍ୟରେ ସଫଳତା, ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ ଓ ଶୁଭଫଳ ମଧ୍ୟ ପ୍ରଦାନ କରିଥାଏ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର ଅଧିକ ପ୍ରୟୋଗ କରିବା ଫଳରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଜୀବନରେ ସୁଖ ଆଣିବା ସହ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ମାନେ ଧଳା ରଙ୍ଗର ପ୍ରୟୋଗ କରିବା ଫଳରେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ ଓ ଦୁର୍ଘଟଣାରୁ ମଧ୍ୟ ରକ୍ଷା ମିଳିଥାଏ।
ମକର ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଧଳା ରଙ୍ଗ ମଧ୍ୟମ ଧରଣର ଫଳ ଦେଇଥାଏ। ବିଶେଷ କରି କର୍ମକ୍ଷେତ୍ରରେ ଧଳା ରଙ୍ଗ ଏମାନଙ୍କ ପାଇଁ ଶୁଭଫଳ ଦେଇଥାଏ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଧଳା ରଙ୍ଗ ପରିଧାନ କରିବା ଦ୍ୱାରା ଏମାନଙ୍କୁ ଭାଗ୍ୟ ସର୍ବଦା ଭଲ ଫଳ ଦେଇଥାଏ। ମନ ମଧ୍ୟ ଭଲ ରହିଥାଏ।
ମୀନ ରାଶି – ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗ ଖୁବ ଉତ୍ତମ ଅଟେ। ନିୟମିତ ଧଳା ରଙ୍ଗର ପ୍ରୟୋଗ ଫଳରେ ଏମାନଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories