www.samajalive.in
Sunday, December 14, 2025
23.1 C
Bhubaneswar

ପିତା ହେବାକୁ ଯାଉଛନ୍ତି ନୀଲ୍

ଖଳନାୟକ ଚରିତ୍ର ପାଇଁ ପରିଚିତ ନୀଲ୍ ନୀତିନ୍ ମୁକେଶ୍ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ଖୁସିର ଖବର ଅବଗତ କରାଇଛନ୍ତି। ପତ୍ନୀ ରୁକ୍ମିଣୀ ଗର୍ଭବତୀ ଥିବା ସହ ନିଜ ମନର ଖୁସିକୁ ପୂରା ଦୁନିଆ ସମ୍ମୁଖରେ ପ୍ରକାଶ କରିଛନ୍ତି ନୀଲ୍। ଆଗାମୀ ଚଳଚ୍ଚିତ୍ର ‘ସାହୋ’ର କାମ ଶେଷ ହୋଇ ଏବେ ପୋଷ୍ଟ-ପ୍ରଡକ୍ସନର କାମ ଚାଲିଛି। ସେସବୁ ସମାପ୍ତ ହେବା ପରେ ନୀଲ୍ ତୁରନ୍ତ ପତ୍ନୀଙ୍କ ସହ ଦୁବାଇ ଯିବେ। କାରଣ ଘରକୁ ପ୍ରଥମ କରି ଆସୁଥିବା ଏଇ ନୂଆ ଅତିଥି ନିମନ୍ତେ ସେ ଓ ରୁକ୍ମିଣୀ ଜୋରଦାର ସପିଂ କରିବେ।

ସାକ୍ଷାତକାରରେ ନୀଲ୍ କହିଛନ୍ତି, ପୂରା ପରିବାର ଏଇ ଖବର ଶୁଣି ଖୁବ୍ ଉତ୍ସାହିତ ଅଛନ୍ତି। ନୀଲଙ୍କ ମା’ଙ୍କ ଇଚ୍ଛା ଯେ ତାଙ୍କର ନାତୁଣୀଟିଏ ହେଉ। ଏ ବାବଦରେ ନିଲଙ୍କ ମତ ହେଉଛି, ଜଣେ ପିତା ହେବାକୁ ଯାଉଛନ୍ତି, ତାହା ହିଁ ତାଙ୍କ ନିମନ୍ତେ ସବୁଠୁ ବଡ଼ ଖୁସି ଓ ଉପହାର। ଏକ ନାମକରା ବିମାନ କମ୍ପାନୀର ଉଚ୍ଚ ପଦରେ କାମ କରୁଥିବା ରୁକ୍ମିଣୀ ଏବେ କିଛିଦିନ ପାଇଁ ଚାକିରିରୁ ବିରତି ନେଇଛନ୍ତି। ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଏକ କୁନିପିଲାର ଜୋତା ଧରିବା ଫଟୋରେ ଏଇ ଖୁସି ଖବର ଅନ୍ୟମାନଙ୍କୁ ଜଣାଇଛନ୍ତି।

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories